ଟ୍ରକ ପଛରେ ପିଟି ହୋଇ ୨ ବାଇକ ଆରୋହୀଙ୍କର ମୃତ୍ୟୁ

ଢେଙ୍କିକୋଟ: ଆଜି ଅପରାହ୍ନ ୩ଟା ସମୟରେ ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ କେନ୍ଦୁଝର ଢେଙ୍କିକୋଟ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ‌। ମିଳିଥିବା ସୂଚନା ମୁତାବକ ଓଭରବ୍ରିଜ ଉପରେ ଠିଆ ହୋଇ ରହିଥିବା ଏକ ୧୨ ଚକିଆ ଟ୍ରକ ପଛରେ କେନ୍ଦୁଝରରୁ ଘଟଗାଁ ଫେରୁଥିବା ଏକ ବାଇକ୍ ଠିକ ଦିନ ୩ଟା ସମୟରେ ପିଟି ହୋଇଯାଇଥିଲା ।

ଧକ୍କା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ବାଇକରେ ଥିବା ୨ ଜଣ ଯୁବକ ପ୍ରାଣ ହରାଇଛନ୍ତି । ମୃତକ ୨ ଜଣ ଘଟଗାଁ ମୁକୁନ୍ଦପୁରପାଟଣା ଗ୍ରାମର ଲୁଲୁ ସେଠୀ (୨୫) ଏବଂ ଯାଜପୁର ଜିଲ୍ଲା ଟମକାର ପ୍ରତାପ ମହାରଣା (୨୬) ବୋଲି ଜଣାପଡିଛି । ଘଟଗାଁ ଥାନା ଏସଆଇ ତପନ କୁମାର ଜେନା ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ବାଇକକୁ ଜବତ କରି ଥାନାକୁ ନେଇଛନ୍ତି ।

ସମ୍ବନ୍ଧିତ ଖବର