ସଡ଼କ ଦୁର୍ଘଟଣାରେ ଦୁଇଜଣ ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧହଡ଼ାମାଲ ଗ୍ରାମ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ତଳେ ପଡିଯିବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଦୁଇଜଣଙ୍କୁ ଉଦ୍ଧାର କରି ଝରିଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଚଣ୍ଡାହାଣ୍ଡି ବ୍ଲକ ପୂଜାରୀଗୁଡା ଗ୍ରାମର ସୁରେଶ ଭୋଇ (୩୫) ଏବଂ ବଦୁରାମ ପାତ୍ର (୩୫) ଆଜି ସକାଳୁ କୌଣସି ଏକ କାମରେ ବାଇକ ଯୋଗେ ନବରଙ୍ଗପୁର ଯାଉଥିଲେ। ତେବେ ଝରିଗାଁ ନିକଟସ୍ଥ ଧହଡ଼ାମାଲ ଗ୍ରାମ ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ପଡିଯାଇଥିଲା।

ଫଳରେ ଦୁଇ ବାଇକ ଆରୋହୀ ବାଇକରୁ ଛିଟିକି ତଳେ ପଡ଼ି ଯାଇଥିଲେ। ସ୍ଥାନୀୟଲୋକେ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁରେଶ ଭୋଇଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ଖବର ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର