ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଟିଡିସିସି ପେଟ୍ରୋଲ ପମ୍ପ ସମ୍ମୁଖରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ କାରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରଟି ପେଟ୍ରୋଲ ପମ୍ପକୁ ପଶୁଥିବାବେଳେ ବିପରୀତ ଦିଗରୁ ବାଇକ୍ ଆସି ପିଟି ହୋଇଥିଲା। ବାଇକ୍ ଚୂରମାର ହୋଇଯାଇଥିବା ବେଳେ ଓ କାରର ସମ୍ମୁଖ ଭାଗ ମଧ୍ଯ ଭାଙ୍ଗି ଯାଇଛି। ଆହତ ବାଇକ୍ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଇଛନ୍ତି। ଚାଳକ ହେଲମେଟ୍ ପିନ୍ଧିଥିବାରୁ ରକ୍ଷା ପାଇ ଯାଇଥିବା କୁହାଯାଉଛି।