ଧର୍ମଶାଳା: ଧର୍ମଶାଳା ଥାନା ୧୬ନମ୍ବର ଜାତୀୟ ରାଜପଥର ଜାରକା ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ରାସ୍ତାପାର୍ଶ୍ବ ବାଡ଼ାରେ ପିଟିହୋଇ ଜଣେ ପୁଲିସ୍ କନଷ୍ଟେବଳଙ୍କ ଆଜି ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କୋରେଇ ବନ୍ଦାଳ (ବାଲିଆପାଳ) ଅଞ୍ଚଳର ସତ୍ୟରଂଜନ ଦାସ(୩୧)। ପୁଲିସ୍ ମୁଖ୍ୟାଳୟରେ କାର୍ଯ୍ୟରତ ସତ୍ୟରଂଜନ କାର୍ଯ୍ୟ ସାରି ଦିନ ଗୋଟାଏରେ ଏକ ବାଇକ୍ରେ ପାଣିକୋଇଲି ଅଭିମୁଖେ ଯାଉଥିଲେ। ଗୋକର୍ଣ୍ଣେଶ୍ବର ମନ୍ଦିର ସାମ୍ନାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଲୁହାବାଡ଼ାରେ ପିଟି ହୋଇ ଯାଇଥିଲେ।
ଏଥିରେ ତାଙ୍କ ବେକ କାଟି ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସତ୍ୟରଞ୍ଜନଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Accident_Thumbnail-750x430-1.jpg)