ଟ୍ରଲର ଧକ୍କାରେ ବାଇକ ଆରୋହୀ ମୃତ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଖୁଣ୍ଟବନ୍ଧ ପଞ୍ଚାୟତ ମଧୁପୁର ଛକ ନିକଟରେ ଏକ ବାଇକ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେବାରୁ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ଘଟଣାରୁ ପ୍ରକାଶ ବୌଦ୍ଧ ବ୍ଲକ ବଢ଼ିଙ୍ଗା ପଞ୍ଚାୟତ ଛେତିନିଆକଟା ଗ୍ରାମର ବେଣୁଧର ସାହୁ ତାଙ୍କ ବାଇକ (ଙଜ ୨୭ ୩୧୧୬)ରେ କୌଣସି କାମରେ ଜହ୍ନପକ୍ଷଙ୍କ ପଟକୁ ଯାଉଥିଲେ। ଏକ ଟ୍ରକକୁ ଅତିକ୍ରମ କରୁଥିବା ବେଳେ ସାମ୍ନା ପଟରୁ ଆସୁଥିବା ଏକ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଉଥିଲା।

ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ କିଛି ସମୟ ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ଉଭୟ ପଟରୁ ଶହଶହ ଗାଡି ଅଟକି ରହିଥିଲା। ଘଟଣା ସ୍ଥଳରେ ଜହ୍ନପକ୍ଷଙ୍କ ଫାଣ୍ଡି ଓ ବୌଦ୍ଧ ପୁଲିସ ପହଞ୍ଚି ଘଟଣା ତଦନ୍ତ କରୁଥିବା ଜଣାପଡିଛି। ଏବଂ ଦୁର୍ଘଟଣା ଘଟାଇଥିବା ଉଭୟ ଟ୍ରଳର ଓ ବାଇକକୁ ଜବତ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର