ଡମ୍ପର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ଦୁଇ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ବଡଗାଁ ବ୍ଲକ୍‌ ଭାଲୁମୁଣ୍ଡା ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅମିତ ଯୋଯେଡା ଓ ତାଙ୍କ ବୟସ ୩୦ ଏବଂ ଘର ନୂଆଗାଁରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅମିତ ଯୋଯେଡା, ଭାବିଶଙ୍କର ଦାସ ଓ ଇଶ୍ୱର କାଣ୍ଡୁଲାନା ଗୋଟିଏ ବାଇକ୍‌ରେ ଯାଉଥିବା ସମୟରେ ତାଙ୍କ ସାମ୍ନାରୁ ଦ୍ରୁତଗତିରେ ଆସୁଥିବା ଏକ ଡମ୍ପର ଧକ୍କା ଦେଇଥିଲେ। ଫଳରେ ତିନିଜଣ ବାଇକ୍‌ରୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ଅମିତଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ ଭାବିଶଙ୍କର ଓ ଇଶ୍ୱରଙ୍କ ଅବସ୍ଥା ଗୁରୁତର ଥିଲା। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର