ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡ଼ିଘାଟ-ପତ୍ରାପାଲି ରାସ୍ତାର ଗ୍ରାଫାଇଟ ଫେକ୍ଟ୍ରି ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବେଲପଡ଼ା ଥାନା ଚନ୍ଦ୍ରପୁର ଗାଁର ସୁରଞ୍ଚି ପୋଢ଼ (୫୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଏଥିରେ ମଣ୍ଡଳ ଗ୍ରାମର ପ୍ରଦୀପ ଦାସ(୫୦ବର୍ଷ) ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୁରଞ୍ଚି ଓ ପ୍ରଦୀପ ବାଇକ୍‌ (ଓଡି ୦୩ ଏଚ୍‌ ୯୬୭୦)ରେ ଚଣାବାହାଲ ଗ୍ରାମକୁ ଆସି ଫେରୁଥିଲେ। ଗ୍ରାଫାଇଟ୍‌ ଫେକ୍ଟ୍ରି ନିକଟରେ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ସୁରଞ୍ଚିଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ପ୍ରଦୀପଙ୍କୁ ଆମ୍ବୁଲାନ୍ସ ଯୋଗେ ମୁରିବାହାଲ ସିଏଚ୍‌ସିକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ମୁରିବାହାଲ ଥାନା ପୁଲିସ ଶବ ଜବତ କରି ଗୁରୁବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଏସ୍‌ଆଇ ଅଭୟ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର