ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାମଚନ୍ଦ୍ରପୁର ଥାନା ହସନପୁର ଟୋଲଗେଟ୍ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ କୋରେଇ ଥାନା ନିଶଙ୍ଖପୁର ଗ୍ରାମର ବିଜୟକୁମାର ଦାସ(୩୫)। ଆଜି ଅପରାହ୍ଣ ସାଢେ ଦୁଇଟାବେଳେ ବିଜୟ ବାଇକରେ ଯାଜପୁରରୁ ଘସିପୁରା ଆଡ଼କୁ ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

Advertisment

ତାଙ୍କ ବାଇକକୁ ଏକ ଟ୍ରକ୍ ପଛରୁ ପିଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ୍ କରିଛି।