ସଇଁନ୍ତଳା: ଜାତୀୟ ରାଜପଥ-୨୬ର ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ବରଗାଁ ନିକଟରେ ଶୁକ୍ରବାର ରାତିରେ ରାସ୍ତାକଡ଼ ଗଛକୁ ଧକ୍କା ଦେଇ ବାଇକ୍‌ ଆରୋହୀ ଗଣ୍ଡପତ୍ରାପାଲି ଗାଁର ସମୀର ସେଠଙ୍କ ମୃତ୍ୟୁ ହୋଇଛି। ସମୀର ତାଙ୍କ ସମ୍ପକୀୟଙ୍କ ବାହାଘରେ ଯୋଗଦେବାକୁ ଭଦ୍ରା ପଞ୍ଚାୟତ ଲୁହୁରାପାଲି ଗ୍ରାମକୁ ଯାଇଥିଲେ।

Advertisment

ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ବରଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ସହ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି।