ଦିବାଲୋକରେ ପିସ୍ତଲ ଦେଖାଇ ବାଇକ୍‌ ଓ ୨୦ ହଜାର ଟଙ୍କା ଲୁଟ ଅଭିଯୋଗ

ବିନିକା: ସ୍ପଷ୍ଟ ଦିବାଲୋକରେ ବାଇକ ଓ ୨୦ ହଜାର ଟଙ୍କା ଲୁଟ ନେଇ ଥାନାରେ ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଳା ବିନିକା-ସୋନପୁର ମୂଖ୍ୟରାସ୍ତାରେ ଏହି ଘଟଣା ଘଟିଥିବା ଜଣାଯାଇଛି। ବିନିକା ଥାନା ଅଧିନସ୍ଥ ଜାମଛାପର-ସେଲେଡ଼ି ରାସ୍ତାରରେ ଆଜି ଦିବା ଲୋକରେ ପିସ୍ତଲ ଦେଖାଇ ବାଇକ ଓ ୨୦ ହଜାର ଟଙ୍କା ଲୁଟ କରି ନେଇଥିବା ଘଟଣା ବିନିକା ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି ।

ସୂଚନା ଅନୁସାରେ ମଙ୍ଗଳବାର ସକାଳୁ ସମ୍ବଲପୁର ଜିଲ୍ଳା ବୁର୍ଲା ନିବାସୀ ପ୍ରଭାତ କୁମାର ଗୌଡ଼ା (୩୦) ଓ ତାଙ୍କର ଜଣେ ସାଙ୍ଗ ବାଇକରେ ସୋନପୁର ଯାଉଥିଲେ। ଏହି ସମୟରେ ବିନିକା-ସୋନପୁର ମୁଖ୍ୟରାସ୍ତା ବିନିକା ଥାନା ଅଧିୀନସ୍ଥ ଜାମଛାପର – ସେଲେଡ଼ି ମଝିରେ ଏକ ସ୍ଥାନରେ ଅଟକିଥିଲେ।

ଯୁବକ ଦ୍ୱୟ ଅଟକିଥିବା ବେଳେ ସମୟରେ ସୋନପୁର ପାର୍ଶ୍ୱରୁ ଏକ ବାଇରେ ଦୁଇଜଣ ଆସି ରାସ୍ତାର ଅପରପାର୍ଶ୍ୱରେ ଅଟକି ଶ୍ରୀ ଗୌଡ଼ାଙ୍କୁ ପାଖକୁ ଆସିବାକୁ କହିଲେ । ଗୌଡ଼ ରାସ୍ତାର ଅପରପାର୍ଶ୍ୱରେ ଥିବା ଲୁଟେରା ପାଖକୁ ଯିବାରୁ ସେମାନେ ଏକ ପିସ୍ତଳ ଦେଖାଇ ବାଇକ ଚାବି ମାଗିବାସହ ପାଖରେ ଥିବା ଟଙ୍କା ଦେବାକୁ କହି ଭୟଭୀତ କରିଥିଲେ । ସେଥିଲେ ଭୟଭୀତ ହୋଇ ଶ୍ରୀ ଗୌଡ଼ା ବାଇକ (ଓଡ଼ି ୧୭କ୍ୟୁ ୮୯୬୫) ଚାବି ଓ ପକେଟରେ ଥିବା ୨୦ ହଜାର ଟଙ୍କା ଦେଇଥିଲେ ।

ଉଭୟ ଲୁଟେରା ଟଙ୍କା ଓ ବାଇକ ପାଇବା ପରେ ବିନିକା ପଟକୁ ଦ୍ରୁତ ଗତିରେ ପଳାଇଥିଲେ। ଶ୍ରୀ ଗୌଡ଼ା ବିନିକା ଥାନାରେ ଏନେଇ ଅଭିଯୋଗ କରିଛନ୍ତିା ବିନିକା ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ପାଇଁ ଏସଆଇ ଚଞ୍ଚଳା ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ଆଇଆଇସି କୁଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର