ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ ଚାଳକଙ୍କ ଛାତି ଉପର ଦେଇ ଚଢ଼ିଗଲା ଟ୍ରକ୍‌

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ଗୋପାଳପୁର ବଜାର ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଓ ବାଇକ୍‌ ଧକ୍କା ହୋଇଥିଲା। ଏହି ଧକ୍କାରେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତ ବାଇକ୍‌ ଚାଳକଙ୍କ ନାମ ପ୍ରଶାନ୍ତ କୁମାର ପଣ୍ଡା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାଲିକୁଦା ଚଅଁରପୁରରେ ବସବାସ କରୁଥିବା ପ୍ରଶାନ୍ତ କୁମାର ପଣ୍ଡା ଆଜି ଡିୟୁଟି ପାଇଁ ବାହାରିଥିଲେ। ଏହି ସମୟରେ ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଧକ୍କା ଖାଇବା ପରେ ସେ ବାଇକ୍‌ରୁ ତଳେ ପଡ଼ି ଯିବାରୁ ଟ୍ରକ୍‌ଟି ତାଙ୍କ ଛାତି ଉପରେ ଚଢ଼ି ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପ୍ରଶାନ୍ତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଦୁର୍ଘଟଣାର ଦୃଶ୍ୟ ଦେଖି ସ୍ଥାନୀୟଲୋକ ସ୍ତବ୍ଧ ହୋଇଯାଇଥିଲା ବେଳେ କିଛି ଲୋକ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଶାନ୍ତ କୁମାରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ମୃତକଙ୍କ ପରିବାରଲୋକଙ୍କୁ ଯୋଗାଯୋଗ କରି  ଏସମ୍ପର୍କରେ ଖବର ଦେଇଥିଲା। ମୃତ ପ୍ରଶାନ୍ତ ବାଲିକୁଦା ଶିକ୍ଷା ବିଭାଗର ସିଆରସିସି ଭାବେ କାମ କରୁଥିଲେ।

ସମ୍ବନ୍ଧିତ ଖବର