ଭାରସାମ୍ୟ ହରାଇ ଟ୍ରକ୍‌କୁ ଧକ୍କା ଦେଲା ବାଇକ୍‌: ‌ଜଣେ ମୃତ, ୨ ଗୁରୁତର

ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ କୋର୍ଟ ସମ୍ମୁଖରେ ଏକ ଚଳନ୍ତା ଭ୍ୟାନ୍‌ ପଛରେ ଏକ ବାଇକ୍‌ ଭାରସ୍ୟମ ହରାଇ ଧକ୍କା ଦେଇଛି । ଦୁର୍ଘଟଣାରେ ଜଣେ ଗାଡ଼ି ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ନକୁଳ କଣ୍ଡଗୋରୀ। ଆହତମାନେ ହେଲେ ରଞ୍ଜନ କୋଣ୍ଡଗୋରି ଓ ମମତା କୋଣ୍ଡଗୋରି।

ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ରହିଥିବା ବେଳେ ମୁନିଗୁଡା ବ୍ଲକ ଅନ୍ତର୍ଗତ ଟିକରପଡା ଅଞ୍ଚଳର ରଞ୍ଜନ କୋଣ୍ଡଗୋରି, ମମତା କଣ୍ଡଗୋରି ଏବଂ ନକୁଳ କଣ୍ଡୋଗୋରି ଏକ ବାଇକ୍‌ରେ ବିଷମକଟକର ମନ୍ଦିର ଦର୍ଶନରେ ଆସୁଥିବା ବେଳେ ନିକଟରେ ଯାଉଥିବା ଏକ ଟ୍ରକକୁ ପଛ ପଟରୁ ଧକ୍କା ଦେଇଥିଲେ। ସଂପୃକ୍ତ ଆହତ ମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଅଣାଯାଇଥିବା ବେଳେ ନକୁଳକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ମେଡିକାଲ ସୁତ୍ରରୁ ପ୍ରକାଶ କରାଯାଇଛି । ଘଣାସ୍ଥଳରେ ବିଷମକଟକ ପୁଲିସ ପହଞ୍ଚି ଦୁଇଟି ଯାକ ଗାଡ଼ିକୁ ଜବତ କରି ଥାନାକୁ ଆଣିଛି ।

ସମ୍ବନ୍ଧିତ ଖବର