ଜହ୍ନାପଙ୍କ : ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି କମିରା ଗ୍ରାମର ସତ୍ୟବ୍ରତ ଦଣ୍ଡସେନାଙ୍କର ହିରୋ ଡିଲକ୍ସ ବାଇକ ନଂ ଓଡ଼ି ୩୧ ଡି ୭୭୨୧ କୁ ଶନିବାର ରାତିରେ କମିରା ଗ୍ରାମର ଭାଗବତ ଭୋଇ ପୋଡ଼ିଦେଇଥିବା ସତ୍ୟବ୍ରତ ଦଣ୍ଡସେନା .ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଦଣ୍ଡସେନା ଘରେ ଜାଗା ନ ଥିବାରୁ ଗ୍ରାମ୍ୟ କମିଟିର ସଭାପତି ଅଶୋକ ଭୋଇଙ୍କ ଦୁଆରେ ବାଇକକୁ ରଖିଥିଲେ। ଘର ମାଲିକ ରାତିରେ ଉଠି ବାଇକ ଜଳୁଥିବା ଦେଖି ଶ୍ରୀ ଦଣ୍ଡସେନାକୁ ଖବର ଦେଇଥିଲେ। ତେବେ ବାଇକରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ବାଇକର ପ୍ରାୟ ପଚାଶ ଶତକଡା ପୋଡି ସାରିଥିଲା।
ରବିବାର ଦଣ୍ଡସେନା .ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜହ୍ନାପଙ୍କ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ୧୫ ଦିନ ପୂର୍ବରୁ ଅଭିଯୁକ୍ତ ବାଇକ ପୋଡିବାକୁ ଧମକ ଦେଇଥିଲା ବୋଲି ଅଭିଯୋଗରେ ଉଲ୍ଲେଖ ହୋଇଛି । ଜହ୍ନାପଙ୍କ ପୋଲିସ ବିଭିନ୍ନ ସ୍ଥାନରେ ଅଭିଯୁକ୍ତକୁ ଖୋଜିବାକୁ ଲାଗିଥିବା ବେଳେ ବର୍ତମାନ ସୁଦ୍ଧା ପାଇନାହିଁ । ପୋଲିସ ପକ୍ଷରୁ ତଦନ୍ତ ଜାରିରହିଛି । ପୋଡି ଯାଇଥିବା ଗାଡିକୁ ଜବତ କରିଥିବା ବେଳେ ବୌଦ୍ଧ ଥାନାରେ କେସ ନମ୍ୱର ୭୯/୨୦୨୧ ରୁଜୁ ହୋଇଥିବା ଜଣାପଡିଛି ।