ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ସାନକୋଦଣ୍ଡା ଗ୍ରାମରେ ପୁରୁଣା ବାକି ଟଙ୍କା ନ ଫେରାଇବାରୁ ରାଗରେ ବାଇକ ପୋଡି ଦେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାନକୋଦଣ୍ଡା ଗ୍ରାମର ରାଜେଶ କୁମାର ବେହେରାଙ୍କ ଅଭିଯୋଗ ଅନୁଯାୟୀ କିଛି ବର୍ଷ ତଳେ ସେହି ଗ୍ରାମର ରବୀନ୍ଦ୍ର କୁମାର ନାୟକ ତାଙ୍କ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲା। ସେହି ସମୟରେ କିଛି ପ୍ରାପ୍ୟ ରବୀନ୍ଦ୍ର ପାଇବାକୁ ଥିଲା। ସେହି ଟଙ୍କା ପାଇବାରେ ବିଳମ୍ବ ହେବାରୁ ରବୀନ୍ଦ୍ର କିଛିଦିନ ତଳେ ରାଜେଶର ବାଇକ ଭଙ୍ଗାରୁଜା କରିଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ରାଜେଶ ଗାଡି ସଜାଡିଲେ ପୁରୁଣା ବକେୟା ଟଙ୍କା ଦେବି ବୋଲି କହିବା ପରେ ରବୀନ୍ଦ୍ର ରାଗରେ ଗତକାଲି ରାତିରେ ରାଜେଶର ସବିଜେଡ୍ ଏକ୍ସ୍ଟ୍ରିମ୍ ବାଇକ୍ ଟିକୁ ନିଆଁ ଲଗାଇ ପୋକଡି ଦେଇଥିବା ରାଜେଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ରବୀନ୍ଦ୍ରକୁ ଥାନାରେ ଅଟକ ରଖି ପଚାରା ଉଚୁରା କରୁଥିବା ଥାନା ଅଧିକାରୀ ସୁଦିପ୍ତ କୁମାପର ସାହୁ ପ୍ରକାଶ କରିଛନ୍ତି।
ସାନକୋଦଣ୍ଡାରେ ବାଇକ ପୋଡି, ଜଣେ ଅଟକ
/sambad/media/post_attachments/wp-content/uploads/2020/12/9b54508f-6b47-400b-aa08-b7f96c2e9e13.jpg)