ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଜାତୀୟ ରାଜପଥ ମଧିଆପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କର ପରିଚୟ ମିଳିନାହିଁ । 

Advertisment

ଖବର ଅନୁଯାୟୀ,  ଛତିଶଗଡ଼ ନମ୍ବର ଥିବା ବାଇକ୍‌ରେ ଦୁଇ ଜଣ ଆରୋହୀ ବଲାଙ୍ଗୀର ପଟକୁ ଆସୁଥିବା ବେଳେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।

ଅଧିକ ପଢ଼ନ୍ତୁ:ଘୋଷାଡ଼ି ନେଲା କାର୍‌: ଜଣେ ମୃତ, ୨ ଜଣ ବଲାଙ୍ଗୀର ସ୍ଥାନାନ୍ତରିତ

ଦୁଇ ଆରୋହି ଗାଡ଼ିରୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ:ସିଂହାମୁଣ୍ଡାରେ ଝାଡ଼ାବାନ୍ତି ଦୁଇ ମୃତ, ୫୦ରୁ ଅଧିକ ଆକ୍ରାନ୍ତ