ନବରଙ୍ଗପୁର: : ଗତକାଲି ରାତିରେ ଦୁର୍ଗାପୂଜା ଦେଖିବାକୁ ବାଇକରେ ଉମରକୋଟ ଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ରାସ୍ତାରେ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍ ପଛରେ ପିଟି ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଦୃତଗତରେ ଆସୁଥିବା ବାଇକ୍ଟି ଟ୍ରକ୍ ପଛରେ ଅଧାରୁ ଅଧିକ ପଶିଯିବା ଫଳରେ ବାଇକ ଚାଳକ ଟ୍ରକ୍ - ବାଇକ ମଝିର ଚାପି ହୋଇ ରହିଯାଇଥିଲେ। ପଛରେ ବସିଥିବା ଯୁବକ ଜଣକ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛିି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ୟୁଭି-୧ ବଡ଼କୁମାରୀ ଗ୍ରାମର ମଞ୍ଜିତ ବେପାରୀ ଓ ୟୁଭି ୧୦ ସୁନାବେଡ଼ା ଗ୍ରାମର ସତ୍ୟଜିତ ସରକାର ଦୁର୍ଗାପୂଜା ଦେଖିବାକୁ ଓଡି ୨୪ ଡି ୨୯୭୮ ନମ୍ବର ବିଶିଷ୍ଟ ବାଇକ୍ରେ ଉମରକୋଟ ଦୁର୍ଗା ପୂଜା ଦେଖିବାକୁ ଯାଉଥିବା ବେଳେ ଉମରକୋଟ-ରାଇଘର ରାସ୍ତାରେ ପେଟ୍ରୋଲ ପମ୍ପ ନିକଟରେ ଯାଉଥିବା ସିଜି ୦୪ଜି ୫୯୪୫ ନମ୍ବର ବିଶିଷ୍ଟ ଟ୍ରକ ପଛରେ ପିଟି ହୋଇଯାଇଥିଲେ। ବାଇକଟି ଦୃତଗତିରେ ଯାଇ ଟ୍ରକ୍ ପଛପଟେ ଅଧାରୁ ଅଧିକ ପଶିଯାଇଥିଲା। ଫଳରେ ବାଇକ ଚଲାଉଥିବା ମଞ୍ଜିତ ବାଇକ ଓ ଟ୍ରକ ଭିତରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ପଛରେ ବସିଥିବା ସତ୍ୟଜିତ ସରକାର ତଳେ ପଡ଼ିଯିବାରୁ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଡ଼ାକ୍ତରଖାନା ନେବା ବାଟରେ ସତ୍ୟଜିତଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ନବରଙ୍ଗପୁର: ଟ୍ରକ ପଛରେ ପଶିଗଲା ବାଇକ, ୨ ଯୁବକ ମୃତ
/sambad/media/post_attachments/wp-content/uploads/2018/10/NABARANGAPUR-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)