ପୁଲିସ୍ ଜାଲରେ ଆନ୍ତଃରାଜ୍ୟ ଲୁଟେରା; ବାଇକ୍-ଲାପଟପ୍, ମୋବାଇଲ୍ ସହ ୧୬ ହଜାର ଜବତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ୬ଟି ଥାନା ଇଲାକାରେ ଲୁଟତରାଜ ଚଲାଇଥିବା ଆନ୍ତଃରାଜ୍ୟ ଲୁଟେରାକୁ ରାୟଗଡ଼ା ପୁଲିସ୍ ଆଜି ଗିରଫ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ୍ ଲୁଟେରାକୁ ଗିରଫ କରିବା ସହ ୧୬ ହଜାର ଟଙ୍କା ସହ ୨ଟି ବାଇକ୍, ୬ଟି ମୋବାଇଲ୍, ଲାପଟପ୍ ସହ ଲୁଟରେ ବ୍ୟବହୃତ କଟର ମେସିନକୁ ଜବତ କରିଛି। ଗିରଫ ଲୁଟେରା ନାମରେ ଗୁଣପୁର, ଗୁଡ଼ାରି, ପଦ୍ମପୁର ଥାନା ଇଲାକାରେ ମାମଲା ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

ଗୁଣପୁର, ଗୁଡ଼ାରି, ପଦ୍ମପୁର, ମୁକୁନ୍ଦପୁର, ବିଷମକଟକ, ଅଡବା, ବାତିଲି ଅଞ୍ଚଳରେ ସମାନ ଧରଣର ଚୋରି ଅଭିଯୋଗ ପରେ ପୁଲିସ୍ ଲୁଟେରାକୁ ଧରିବା ପାଇଁ ଜାଲ ବିଛାଇଥିଲା। ଗୁଣପୁର, ଗୁଡ଼ାରି, ପଦ୍ମପୁର ପୁଲିସ ଲୁଟେରାକୁ ଧରିବା ପାଇଁ ସିସିଟିଭି ଫୁଟେଜକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ। ବହୁ ଚେଷ୍ଟା ପରେ ମଧ୍ୟ ଲୁଟେରାକୁ ଧରିବାରେ ସକ୍ଷମ ନ ହେବା ପରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ମାଧ୍ୟମରେ ଲୁଟେରା ଉପରେ ନଜର ରଖିଥିଲା ପୁଲିସ୍। କିଛି ଦିନର ନୀରିକ୍ଷଣ ପରେ ଲୁଟେରାକୁ ସ୍ଥାନୀୟ ଲୋକ ଚିହ୍ନଟ କରିବା ପରେ ଆଜି ଗୁଡ଼ାରି ପୁଲିସ୍ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଲୁଟେରା ନାଁରେ ୧୨ରୁ ଉର୍ଧ୍ବ ଚୋରି ମାମଲା ରହିଛି।

ସମ୍ବନ୍ଧିତ ଖବର