ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ବିଜୁ ଏକ୍ସପ୍ରେସ୍ ୱେର ରାଜଗାଙ୍ଗପୁର ରାଣୀବନ୍ଧ ବବୁଲୁ ଢ଼ାବା ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ବେଲପାହାଡ଼, ତେଲିଆ ଗ୍ରାମର ଲଳିତ ଭୋଇ(୨୫) ଓ ବେଦବ୍ୟାସ ଦାସ(୨୪) ଗତ ବିଳମ୍ବିତ ରାତିରେ ଏକ ବାଇକ (ଓଡି ୧୯ କେ ୨୦୦୩) ଯୋଗେ ଯାଉଥିବା ସମୟରେ ବବୁଲୁ ଢ଼ାବା ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ପୁଲିସ ଶବ ଜବତ କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପକେଟ ଥିବା ଆଧାର କାର୍ଡକୁ ଦେଖି ତାଙ୍କ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିଲା। ଆଜି ଶବ ବ୍ୟବଚ୍ଛେଦ କରି ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା।
ଟ୍ରକ୍କୁ ପଛପଟୁ ଧକ୍କା ଦେଇ ଦୁଇ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2019/10/Accident_Bike_Road_2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)