କାଜୁ ବୋଝେଇ ଟ୍ରକକୁ ଧକ୍କା ଦେଇ ବାଇକ ଆରୋହୀ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାରିଗୁଡ଼ା ଗ୍ରାମ ରାଜ୍ୟ ରାଜପଥ ଉପରେ ସନ୍ଧ୍ୟା ସାଢ଼େ ୬ଟାରେ ଠିଆ ହୋଇଥିବା ଏକ କାଜୁ ବୋଝେଇ ଗାଡ଼ିକୁ ଧକ୍କା ଦେବା ଫଳରେ ଏକ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବାଇକ ଚାଳକ ଜଣକ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ତାଲାପଦର ଗ୍ରାମର ବାସୁ ଗୌଡ (୩୪) ବୋଲି ଜଣାପଡିଛି।

ପୁଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କାଜୁ ବୋଝେଇ ଟ୍ରକକୁ ମଧ୍ୟ ଜବତ କରି ତଦନ୍ତ କରୁଛନ୍ତି। ସୂଚନା ଅନୁଯାୟୀ ବାସୁ ଗୌଡ କୌଣସି କାମ ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀକୁ ଏକ ବାଇକରେ (ଓଆର ୨୪ ୯୨୮୯) ଯୋଗେ ଯାଉଥିବା ସମୟରେ ଡାବୁଗାଁ ଥାନା ବାରିଗୁଡ଼ା ରାଜ୍ୟ ରାଜପଥ ଉପରେ ଠିଆ ହୋଇଥିବା ଏକ କାଜୁ ବୋଝେଇ ୭୦୯ ମିନି ଟ୍ରକ (ଓଆର ୨୪ ବି ୦୫୪୮)କୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ବାଇକ ଟି ମିନି ଟ୍ରକ୍‌ ଭିତରେ ପଶି ଯାଇଥିବା ବେଳେ ବାସୁର ହେଲମେଟ ଖଣ୍ଡଖଣ୍ଡ ହୋଇ ପଡିଥିବା ଦେଖା ଯାଇଥିଲା। ଖବର ପାଇ ଡାବୁଗାଁ ଅଗ୍ନିଶମ ଗାଡ଼ି ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବାସୁଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସୁଦ୍ଧା ଡକ୍ଟର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର