ରାସ୍ତାରେ ଛିଡ଼ା ହୋଇଥିଲା କଣ୍ଟେନର, ବାଇକ୍‌କୁ ପଛରୁ ପିଟି ଆରୋହୀ ମୃତ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ। ପରେ ବାଲୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ପ୍ରକାଶ। ମୃତକ ହେଲେ କୃଷ୍ଣ ବେହେରା (୨୩)।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ଯୋଗୀ ବେହେରାଙ୍କ ପୁତ୍ର କୃଷ୍ଣ ବେହେରା ଆଜି ପୂର୍ବାହ୍ନରେ ବାଇକ ଯୋଗେ ଚାକିରି ନିମନ୍ତେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ତେବେ ବରଡ଼ି ଛକରେ ବାଇକ୍ ଆରୋହୀ କୃଷ୍ଣ ଅସାବଧାନତା ବଶତଃ ପୁର୍ବରୁ ଛିଡା ହୋଇଥିବା ଏକ କଣ୍ଟେନରକୁ ଶକ୍ତ ଧକ୍କା ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ।

ସଙ୍ଗେସଙ୍ଗେ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ସରକାରୀ ମେଡିକାଲ ପଠାଇଥିବା ବେଳେ ତାଙ୍କର ଅବସ୍ଥା ଅତି ଗମ୍ଭୀର ଥିଲା। ତେବେ ସେଠାରେ ତାଙ୍କର ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ନାଚୁଣୀ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର