ଠିଆ ହୋଇଥିବା ଟ୍ରକକୁ ପିଟିଲା ବାଇକ, ଚାଳକ ମୃତ୍ୟୁ

ଚାନ୍ଦବାଲି: ଭଦ୍ରକ-ଚାନ୍ଦବାଲି ରାସ୍ତା ଖେରଙ୍ଗ ବାହାରପାଳ ନିକଟରେ ଏକ ସଡ଼କ ଦୁର୍ଘଟଣରେ ବାଇକ ଚାଳକ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ଘର ଚଡଦିଆ ପଂଚାୟତ ଚଡଦିଆ ଗ୍ରାମର ହାଡିବନ୍ଧୁ ମହାଳିକଙ୍କ ପୁଅ ଗୌତମ ମହାଳିକ (୨୭)। ଘଟଣାସ୍ଥଳରେ ପୀରହାଟ ଥାନା ପୁଲିସ ଯୁବକର ଶବ ଜବତ କରିଥିବା ବେଳେ ବାଇକ ଜବତ କରିଛି ଏବଂ ଠିଆ ହୋଇଥିବା ଟ୍ରକକୁ ମଧ୍ୟ ଥାନାକୁ ନେଇଛି।

ମିଳିଥିବା ସୂଚନା ଅନୁସାରେ ପୀରହାଟ ଥାନା ଗଦି ବାହାରପାଳ ନିକଟରେ ଏକ ଆନ୍ଧ୍ର ଟ୍ରକ ରାସ୍ତାକଡରେ ଛିଡା ହୋଇଥିବା ବେଳେ ଭଦ୍ରକରୁ ଏକ ବାଇକ (ଓଡି ୨୨ଏସ୍ ୬୫୦୮) ଚାନ୍ଦବାଲି ଅଭିମୁଖେ ଆସୁଥିବା ବେଳେ ରାତି ୯ଟାରେ ଟ୍ରକ ସହ ଧକା ହୋଇଥିଲା। ଘଟଣାସ୍ଥଳରେ ବାଇକ ଚାଳକ ରାସ୍ତାରେ ପଡି ମୃତ୍ୟୁ ହୋଇଯାଇଥିବା ବେଳେ ପଥଚାରୀ ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର