ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଗୁଲୁମ ଘାଟି ନିକଟରେ ଶନିବାର ରାତି ପ୍ରାୟ ୯ଟାରେ ଏକ ଗଛକୁ ଧକ୍କା ଦେଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଘେନୁପାଲି ପଞ୍ଚାୟତ ତାଲବେଡ଼ା ଗ୍ରାମର ଜନାର୍ଦ୍ଦନା ମିର୍ଦ୍ଧା (୪୮)। ଜନାର୍ଦ୍ଦନା ବାଇକ୍ (ଓଆର୍-୧୫ଏଚ୍-୬୯୩୨)ରେ ରାତିରେ ସମ୍ବଲପୁର ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରବିବାର ସକାଳେ ସ୍ଥାନୀୟ ଲୋକମାନେ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କ ହସ୍ତାନ୍ତର କରିଛି।
ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2020/12/8d3adedc-337b-401f-b1de-e3d771189940.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)