କାର ଧକ୍କାରେ ବାଇକ ଆରୋହୀ ଗୁରୁତର

ବାଲିଅନ୍ତା: ସରଦେଇପୁର–ନିମାପଡ଼ା ମୁଖ୍ୟ ରାସ୍ତାର ବାଳକାଟି ବଜାର ୟୁକୋ ବ୍ୟାଙ୍କ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ କାର ଧକ୍କାରେ ଜଣେ ବାଇକ ଆରାହୀ ଗୁରୁତର ଆହତ ହୋଇଛନ୍ତି । ଆହତ ବାଇକ ଆରୋହୀ ଜଣକ ହେଲେ ବାଳକାଟି ଫାଣ୍ଡି ଅଧୀନ ବସନ୍ତପେଡ଼ି ଗ୍ରାମର ବିପିନି ବିହାରୀ ପାତ୍ର (୨୦) । ବିପିନିଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି । ମୁଣ୍ଡରୁ ପ୍ରଚୁର ରକ୍ତଶ୍ରାବ ହେବା ଯୋଗୁ ସେ ଚେତା ହରାଇଥିଲେ ।

ସ୍ଥାନୀୟ ଲୋକେ ବିପିନିଙ୍କୁ ଉଦ୍ଧାର କରି ତୁରନ୍ତ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ । ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି । ଖବର ବାଇ ବାଳକାଟି ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଜବତ କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ବିପିନି ରାତି ସାଢ଼େ ୧୧ଟା ବେଳେ ବାଇକ ଯେଗେ ବାଳକାଟି ବଜାରରୁ ଘରକୁ ଫେରୁଥିବା ବେଳେ ବ୍ୟାଙ୍କ ନିଖଯରେ ବାଲିପାଟଣା ଅଭିମୁଖେ ଯାଉଥିବା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଉକ୍ତ କାର ବ୍ୟାଙ୍କ ନିକଟରେ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରୁ ଛିଟିକିପଡ଼ି ବିପିନିଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା ।

ସମ୍ବନ୍ଧିତ ଖବର