ଧଣ୍ତାମୁଣ୍ତା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଧଣ୍ତାମୁଣ୍ତା ପଞ୍ଚାୟତ ବାଞ୍ଜିପାଲି ଗାଁରେ ବୁଧବାର ଏକ ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ଅଭିରାଜ ନାଗ (୨୦ବର୍ଷ)ଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଲରମ୍ଭା ଥାନା ବାହାଲଭଟଲି ଗାଁର ଅଭିରାଜ ଓ ଅମାନ ସିକା ଏକ କଳା ପଲ୍ସର ବାଇକ୍ (ଓଡି ୧୭ଜେ ୩୬୫୪)ରେ ବରଗଡ଼ ଜିଲ୍ଲା ପଦ୍ମପୁର ପଟୁ ଖପ୍ରାଖୋଲ ପଟକୁ ଆସୁଥିଲେ। ବାଞ୍ଜିପାଲି ଗାଁ ନିକଟରେ ଉକ୍ତ ଟ୍ରକ୍ ସହିତ ସାମ୍ନା ସାମ୍ନି ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଅଭିରାଜଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଥିଲା। ପରେ ଉକ୍ତ ଟ୍ରକ୍କୁ ଲୁହାସିଂହା ନିକଟରେ ପୁଲିସ ଧରିଥିଲା। ଟ୍ରକ୍ ଓ ଚାଳକଙ୍କୁ ପୁଲିସ ଜବତ କରି ବୁଡ଼େଡ଼ ଥାନାକୁ ହସ୍ତାନ୍ତର କରିଛି।
ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ
/sambad/media/post_attachments/wp-content/uploads/2020/11/dead_171d0225e97_large-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)