କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି- ତୁରେକେଲା ରାସ୍ତାର ଲର୍କି ଗାଁ ଛକ ନିକଟରେ ସୋମବାର ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘୁନେଶ ଗାଁର ଦିବାକର ସଗରିଆ(୩୮ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଦିବାକର କଣ୍ଟାବାଞ୍ଜିରୁ କାମ ସାରୁ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ। ଏହି ସମୟ ତୁରେକେଲା ପଟୁ ସ୍କୁଟିରେ ଆସୁଥିବା ଜଣେ ଯୁବକଙ୍କ ସହ ତାଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା।
ଗୁରୁତର ଅବସ୍ଥାରେ ଦିବାକରଙ୍କୁ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପୁଣି ବୁର୍ଲା ନିଆଯାଉଥିବା ବେଳେ ରାସ୍ତାରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍କୁଟିରେ ଥିବା ଯୁବକ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।