ଆନ୍ଧ୍ରରୁ ଓଡ଼ିଶା ଲମ୍ବିଛି ଚୋରା ବାଇକ କାରବାର; ୧୮ ବାଇକ ଜବତ, ୪ ଗିରଫ 

ସେମିଳିଗୁଡା:  ଆନ୍ଧ୍ର ପ୍ରଦେଶର ପେଡ଼ାବାଇଲୁ ପୁଲିସ ଏକ ବାଇକ ଚୋରି ଗ୍ୟାଙ୍ଗକୁ କାବୁ କରିବା ପରେ ସେମାନଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି କୋରାପୁଟ ଜିଲ୍ଲା ସେମିଳିଗୁଡା ଅଞ୍ଚଳରୁ ୧୮ ଗୋଟି ଚୋରା ବାଇକ ଉଦ୍ଧାର କରିଛି ପେଡାବାଇଲୁ ପୁଲିସ ସୂଚନା ଅନୁସାରେ ଅନୁସାରେ ଗତ ମାସରେ ପେଡାବାଇଲୁ ଅଞ୍ଚଳରୁ ଚୋରି ହୋଇଥିବା ଏକ ବାଇକ୍‌କୁ ସେମିଳିଗୁଡା ବ୍ଲକ କାଣ୍ଟି ଅଞ୍ଚଳର ଜଣେ ଯୁବକ ଚଳାଉଥିବା ନେଇ ଅଭିଯୋଗ ହେବାପରେ ପୁଲିସ ଉକ୍ତ ବାଇକକୁ ଜବତ କରିବା ସହ ମାଲିକକୁ ପଚରାଉଚରା ବେଳେ ସେ ୨୦ ହଜାର ଟଙ୍କା ଦେଇ ଉକ୍ତ ଗାଡି କିଣିଥିବା ପ୍ରକାଶ କରିଥିଲେ ତେବେ ଗାଡିର ନମ୍ବର ସହ ଚେସିସ ନମ୍ବର ମିଳାଇବା ବେଳେ ଏହା ବଦଳି ଯାଇଥିବା ଜଣା ପଡିଥିଲା ତେବେ ପୁଲିସ ଏହାକୁ ଗୁରୁତର ସହ ନେଇ ଅଧିକ ଛାନଭିନ କରିବା ପରେ ଆନ୍ଧ୍ର ଅଞ୍ଚଳରେ ଏକ ବିରାଟ ଗାଡି ଚୋରି ରାକେଟ ଚାଲିଥିବା ଓ ଚୋରା ଗାଡି ଗୁଡିକ ଓଡିଶାରେ ବିକ୍ରୟ କରାଯାଉଥିବା ନେଇ ସୂଚନା ପାଇଥିଲେ ଏହାକୁ ନେଇ ପେଡାବାଇଲୁ ପୁଲିସ ଅଧିକାରୀ ଏ. ସତ୍ୟନାରାୟଣଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଦ୍ୱାରା ଅଧିକ ଖୋଳ ତାଡ଼ କରାଯିବା ପରେ ବିଭିନ୍ନ ଜାଗାରେ ଚଢ଼ଉ କରାଯାଇ ନନ୍ଦପୁର ଥାନା ବାଲାଡା ଅଞ୍ଚଳର ଶୁକଦେବ ହନ୍ତାଳ (୨୭), ଖିଲୁଆର ବିଶ୍ୱ ରଞ୍ଜନ ପେଟିଆ (୨୭) ଓ ସୁରେନ୍ଦ୍ର ଖିଲ (୨୩) ଗିରଫ କରିଥିଲେ।

Sambad

ପରେ ସେମାନେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରିବା ପରେ ସେମିଳିଗୁଡା ଅଞ୍ଚଳରେ ବିକ୍ରୟ କରୁଥିବା କହିବା ପରେ ସୂଚନାକୁ ଆଧାର କରି ପେଡାବାଇଲୁ ପୁଲିସ ସେମିଳିଗୁଡା ଅଞ୍ଚଳରେ ତଲାସୀ କରି ୧୮ ଗୋଟି ବାଇକ ଉଦ୍ଧାର କରିବାସହ ଚୋରା ଗାଡି ବିକ୍ରି କରୁଥିବା ଅଭିଯୋଗରେ ସେମିଳିଗୁଡାର ଅନୀଲ ଡାକୁଆ ନାମକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏ ନେଇ ପେଦା ବାଇଲୁ ଥାନା କେସ ନଂ ୪୫/୨୦୨୨ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ପେଦାବାଲୁ ଥାନା ଏସଏଚ ଓ ପି ମନୋଜ କୁମାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର