କଲେଜ ଛକରୁ ଗାଡି ଚୋରି କଲେ ଦୁଇ ଦୁର୍ବୃତ୍ତ, ସିଟି ଟିଭିରେ କଏଦ ହେଲା ଚୋରିର ପୁରା ଦୃଶ୍ୟ

ଜଗତସିଂହପୁର ଟାଉନ୍: ଗତ କିଛି ଦିନ ତଳେ ବାଇକ୍ ଚୋରି ଗ୍ୟାଙ୍ଗଙ୍କୁ ସାବାଡ଼ କରିଥିଲେ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର । କିଛି ଦିନ ଭିତରେ ସହରରେ ପୁଣି ବାଇକ୍ ଚୋର ସକ୍ରିୟ ହୋଇ ଉଠଇଛନ୍ତି । ଗତକାଲି ରାତିରେ ଏସଭିଏମ କଲେଜ ଛକ ସାହାରା ଇଣ୍ଡିଆ ଅଫିସ ଆଗରୁ ଏକ ବାଇକ୍ ଚୋରି ହୋଇଛି । ହେଲେ ଚୋରିର ପୁରା ଘଟଣା ସିସି ଟିଭିରେ କଏଦ ହୋଇଛି । ପ୍ରଥମେ ଜଣେ ଦୁର୍ବୃତ୍ତ ଆସି ଗାଡି ନିକଟକୁ ଯାଉଛି । ସେଠାରେ ଗାଡ଼ି ତେଲ ଚାବି ଖୋଲିବା ପରେ ଅନ୍ୟ ଜଣଙ୍କୁ ଡାକୁଛି । ଏହାପରେ ଜଣେ ବାଇକ୍ ନେଇ ଚମ୍ପଟ ମାରୁଛି । ଆଜି ଏନେଇ ଜଗତସିଂହପୁର ଥାନାରେ ୧୫୭/୨୦୨୦ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀ ଶ୍ରୀ ମିଶ୍ର ଘଟଣାର ଅନୁସନ୍ଧାନ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର