ମାଲକାନଗିରି : ମାଲକାନଗିରି ସଦର ମହକୁମାରେ ଏବେ ବାଇକ ଲୁଟେରାଙ୍କ ଆତଙ୍କ।ଗତକାଲି ରାତିରେ ଜଗନ୍ନାଥ ସାହିରେ ଦୁଇଟି ବାଇକ ଚୋରି ହୋଇଯାଇଥିବା ଆଜି ମାଲକାନଗିରି ଥାନାରେ ଏତଲା ଦାୟର କରାଯାଇଛି।ଜଗନ୍ନାଥ ସାହିର ସୁଶାନ୍ତ କୁମାର ବେହେରାଙ୍କ ବାଇକ ସହ ତାଂକ ପୋଡିଶା ଘରର ମାଧବ ନନ୍ଦୀଙ୍କର ମଧ୍ୟ ଆଉ ଏକ ବାଇକ ଚୋରି ହୋଇଥିବା ଜଣାପଡିଛି।ଦୁଇଟି ଯାକ ପଲସଲ ମଟର ସାଇକେଲ ବୋଲି ଜଣାପଡିଛି।ଗତକାଲି ରାତିରେ ଘର ସାମ୍ନାରେ ରଖାଯାଇଥିବା ଦୁଇଟି ବାଇକଲ ତାଲାକୁ ଭାଙ୍ଗି ତାକୁ ଗଡାଇ ଗଡାଇ ନେଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା।ପ୍ରକାଶ ଥାଉକି ଗତ କିଛି ଦିନ ତଳେ ମଧ୍ୟ ଜିଲ୍ଲା ମେଡିକାଲ ପରିସର ଭିତରୁ ଦୁଇଟି ବାଇକ ଚୋରି ହୋଇଯାଇଥିବା ନେଇ ଜଣାପଡିଛି।ରୋଗୀଙ୍କ ସଂପର୍କୀୟମାନେ ଡାକ୍ତରଖାନା ପରିସରରେ ବାଇକ ରଖିକ ରୋଗୀଙ୍କୁ ଦେଖିବାକୁ ଡାକ୍ତରଖାନାରେ ପଶିଥିବା ବେଳେ ଏହି ବାଇକଗୁଡିକ ଚୋରି ହୋଇଥିବା ଜଣାପଡିଛି।ତେବେ ବର୍ତ୍ତମାନ ନିର୍ବାଚନ ସମୟ ଥିବା ବେଳେ ପୁଲିସ ଟିମ ଏବେ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ ବୁଝୁଥିବା ଯୋଗୁଁ ରାତିରେ ପେଟ୍ରୋଲିଂ କମିବାର ଫାଇଦା ଉଠାଇଥିଲେ ଏହି ଚୋରମାନେ।ତେବେ ଏନେଇ ମାଲକାନଗିରି ଆଇଆଇସି ଜିଗନ କିଣ୍ଡୋଙ୍କୁ ପଚାରିବାରୁ ସେ ଦୁଇଟି ବାଇ ଚୋରି ହୋଇଥିବା ସ୍ବୀକାର କରିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମସ୍ତ ବାଇକକୁ ଉଦ୍ଧାର କରିବା ସହ ଚୋରକୁ ଗିରଫ କରିବେ ବୋଲି କହିଛନ୍ତି।
ନିର୍ବାଚନ ସମୟରେ ବାଇକ ଲୁଟେରା ମାତିଲେ, ସପ୍ତାହକ ମଧ୍ୟରେ ୪ ବାଇକ ଚୋରି
/sambad/media/post_attachments/wp-content/uploads/2022/02/Mkg-Bike-theft-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)