ବାଇକ ଚୋର ଗ୍ୟାଙ୍ଗକୁ ଧରିଲା ପୁଲିସ 

ଭଦ୍ରକ: ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ  ବାଇକ ଚୋର ଗ୍ୟାଙ୍ଗକୁ ଧରିଲା ଭଦ୍ରକ ଟାଉନ ପୁଲିସ। ୧୧ଟି ଚୋରା ବାଇକ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।  ଭଦ୍ରକ ସହରରେ ବାଇକ ଚୋରି ହେଉଥିବା ନେଇ ବାରମ୍ବାର ପୁଲିସ ପାଖରେ ଅଭିଯୋଗ କରୁଥିଲେ ଲୋକେ। ଏହି ଅଭିଯୋଗ ଆଧାରରେ ଭଦ୍ରକ ଟାଉନ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ କରୁଥିବା ସମୟରେ ଏହି ଗ୍ୟାଙ୍ଗକୁ ଠାବ କରିବାର ସୁରାଗ ପାଇଥିଲା ପୁଲିସ। ପରେ ଏହି ବାଇକ ଚୋରଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା, ଯାହାକି ଏହି ଚୋର ଗ୍ୟାଙ୍ଗକୁ  ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ଧରିବା ପାଇଁ ସଫଳ ହୋଇଥିଲା ଭଦ୍ରକ ଟାଉନ ପୁଲିସ।
ପ୍ରଥମେ ଜଣେ ବାଇକ ଚୋରକୁ ଧରିବା ସହ ଅଧିକ ତଦନ୍ତ ପରେ ଆଉ ଦୁଇ ଜଣ ବାଇକ ଚୋରକୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ଭଦ୍ରକ ସହରାଞ୍ଚଳ ଥାନା ସମେତ ଜ଼ିଲ୍ଲା ର ଅନ୍ୟ ସବୁ ଥାନା ମାନଙ୍କରେ ଦୁଇ ଚକିଆ ବାଇକ ଚୋରି ହେଉଥିବାର ଅଭିଯୋଗ ହେବା ପରେ, ପୁଲିସ ତଦନ୍ତ କରି ଏହି ଗ୍ୟାଙ୍ଗକୁ ଧରିବାକୁ ସଫଳ ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତିନ୍ଦ୍ର ପଣ୍ଡା କହିଛନ୍ତି। ଏମାନଙ୍କ ନିକଟରୁ ୧୧ଟି ବାଇକ ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି ।
ସମ୍ବନ୍ଧିତ ଖବର