ରୁପ୍ରା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ନର୍ଲା ବ୍ଲକ ଅଧିନ ସୁରପଦର, ନୂଆପଡା ଗ୍ରାମର ଦେବରାଜ ସାଙ୍କ ଘରେ ଥିବା ହିରୋହୁଣ୍ଡା ପେଶନପ୍ଲସ୍ ଓ ଟିଭିଏସ୍ ବାଇକ ନଂ OR08E 4084 ଦୁଇଟିକୁ ମଙ୍ଗଳବାର ରାତିରେ କୌଣସି ଦୁର୍ବୁତ ପୋଡିଦେଇ ଚମ୍ପଟ ମାରିଛନ୍ତି ।ଦେବରାଜ ସାଙ୍କ ପୁଅ କ୍ଷିତୀଶ ସା କୌଣସି ଶବ୍ଦ ଶୁଣି ମଧ୍ୟରାତ୍ରରେ ଚିତ୍କାର କରିବାରୁ ତାଙ୍କ ବାପା ମାଁ ସାହି ପଡିଶା ଉଠିଆସି ବାଇକ ଦୁଇଟି ପୋଡୁଥିବାର ଦେଖି ପାଣି ଢ଼ାଳିବାରୁ ଗୋଟିଏ ସମ୍ପୂର୍ଣ୍ଣ ପୋଡିଯାଇଥିଲା ଓ ଅନ୍ୟଟିକୁ ଲିଭାଇ ବାରେ ସକ୍ଷମ ହୋଇଥିଲେ | ଉକ୍ତ ଘଟଣାକୁନେଇ ସ୍ଥାନୀୟ ଅଂଚଳରେ ଭୟର ବତାବରଣ ସୃଷ୍ଟି ହୋଇଛି । ଏନେଇ ଦେବରାଜ ସା ବୁଧବାର ସକାଳେ ପଲମ ଫାଣ୍ଡିରେ ଏତଲା ଦେବାରୁ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ୠଜୁକରି ତଦନ୍ତ ଆରମ୍ଭ କରିଛନ୍ତି । ଫାଣ୍ଡି ଅଧିକାରୀ କହିଛନ୍ତି ଗୁରୁବାର ଦିନ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ପାଇଁ ଆସିବାର ଅଛି, ସେହି ଟିମ୍ ଆସିଲେ କିଛି ଜଣାପଡିପାରେ ବୋଲି କହିଛନ୍ତି ।
ୱାର୍ଡମେମ୍ବରଙ୍କ ବାଇକକୁ ପୋଡିଦେଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2020/11/ffa6dd37-ef94-40e8-b9c4-d352170363c4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)