ଜାଳିଦେଲେ ବାଇକ୍‌, ପୂର୍ବ ଶତ୍ରୁତା ସଂଦେହ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଳକାଟି ଫାଣ୍ଡି ଅଧୀନ ଚାରିମାଣିଆ (ରଥିଜେନା) ଗ୍ରାମରେ ନିଆଁ ଲାଗି ଏକ ବୁଲେଟ ମଟର ସାଇକେଲ ଜଳିଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ଭାବେ ତଦନ୍ତରୁ ଜାଣିବାକୁ ପାଇଥିବା ସନ୍ଦେହ କରାଯାଉଛି । ବାଇକ ପୋଡ଼ି ସଂପର୍କରେ ଗ୍ରାମର ରାଜେନ୍ଦ୍ର ସାହୁ (ରାଜା) ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ସତ୍ୟତା ଜାଣିବା ପାଇଁ ଅଧିକ ତଦନ୍ତ ଚଳାଇଛି । ପ୍ରାପ୍ତ ସୂଚନାନୁଯାୟୀ  ଗ୍ରାମର ରାଜେନ୍ଦ୍ରଙ୍କର ସ୍ଥାନୀୟ ଅଜାଣେଶ୍ବର ବଜାରରେ ଏକ ଟାଟୁ ଦୋକାନ ଅଛି । ଗତକାଲି ବଜାରରୁ ଘରକୁ ଫେରି ସବୁଦିନ ଭଳି ଘର ନିକଟରେ ବୁଲେଟ ରଖିଥିଲେ । ହେଲେ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ରାତିରେ ଲୋକଙ୍କ ପାଟିଣୁଣି  ଦାଣ୍ଡକୁ ଆସିଲା ବେଳକୁ ଦେଖିଲେ ତାଙ୍କ ବୁଲେଟ ଜଳୁଛି । ଖବର ପାଇ ବାଲିଅନ୍ତା ଅଗ୍ନିଶମ ସେବା କର୍ମଚାରୀ ଗ୍ରାମରେ ପହଞ୍ଚି ନିଆଁ ଲିଭାଇଥିଲେ । ହେଲେ ସେତେବେଳକୁ ଗାଡ଼ିର ଅଧିକାଂଶ ଅଂଶ ପୋଡ଼ିଯାଇଥିଲା । ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଏଯାଏ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତା ଜନିତ ବିବାଦ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର