ଚିତ୍ରକୋଣ୍ଡା: ବାଲିମେଳା ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଚିତ୍ରକୋଣ୍ଡା ସଦର ମହକୁମା ନିକଟସ୍ଥ ଲଞ୍ଚ ଘାଟଠାରେ ମୋଟର ସାଇକେଲ ଓ ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହି ଗୁରୁତର ହୋଇଥିବା ଜଣାପଡିଛି | ସୂଚନା ଅନୁଯାୟୀ ଆଜି ସକାଳ ଦିନ ୧୦.୩୦ ସମୟରେ ଚିତ୍ରକୋଣ୍ଡା ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ନଂ ଏପି ୨୭ ଟିଏକକ୍ସ ୫୫୮୫ ସହ ବାଲିମେଳା ପଟୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିବା ମୋଟର ସାଇକେଲ ମଧ୍ୟରେ ସ୍ପିଲୂଓୟେ ଜଗନ୍ନାଥ ମନ୍ଦିର ଛକଠାରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହି ଗୁରୁତର ଆହତ ଅବସ୍ଥାରେ ପଡିରହିଥିଲେ ।
ରାସ୍ତାରେ ଯାଉଥିବା କିଛି ଅଟୋ ଚାଳକ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଚିତ୍ରକୋଣ୍ଡା ମେଡିକାଲକୁ ପଠାଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଗୁରୁତର ହେଲେ ଗାରବନ୍ଧା ଗ୍ରାମର ଜଗଦୀଶ ବେହେରା ( ୨୯) ଓ ସାନ କୋତୁରୁ ଗ୍ରାମର ଟି.ମୋହନ( ୨୮) ।
/sambad/media/post_attachments/wp-content/uploads/2021/04/IMG-20210419-WA0031-300x225.jpg)
ଉଭୟଙ୍କ ଘର ଗଜପତି ଜିଲ୍ଲାରେ ହୋଇଥିବାବେଳେ ଦୁଇ ଗୁରୁତର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ଠିକା ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ମୋଟର ସାଇକେଲର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/accident__3790060_835x547-m.jpg)