ପୋଲ ତଳକୁ ଖସିପଡି ବାଇକ ଚାଳକଙ୍କ ମୃତ୍ୟୁ

ପାଟଣାଗଡ଼: ଖପ୍ରାଖୋଲ ବ୍ଲକ ତେଲେନପାଲି ଓ ଯମୁନାପାଲି ଗ୍ରାମ ମଧ୍ୟରେ ଥିବା ପୋଲ ତଳକୁ ଖସିପଡି ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଖୁରିପାଣି ଗ୍ରାମର ଅଚୁତ ମାଝୀ ଚଚରାଭଟା ଗ୍ରାମର ଝିଅକୁ ୬ ମାସ ପୂର୍ବରୁ ବାହା ହୋଇଥିଲେ। କିଛିଦିନ ପୂର୍ବରୁ ଅଚ୍ୟୁତଙ୍କ ସ୍ତ୍ରୀ ତେଲେନପାଲି ଗ୍ରାମରେ ଥିବା
ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ନିଜ ସ୍ତ୍ରୀକୁ ଦେଖିବା ପାଇଁ ଅଚ୍ୟୁତ ତେଲେନପାଲି ଗ୍ରାମକୁ ନିଜ ଏଚଏଫ ଡିଲକ୍ସ ବାଇକ ଯୋଗେ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଶନିବାର ରାତି ସମୟରେ ତେଲେନପାଲି ଓ ଯମୁନାପାଲି ଗ୍ରାମ ମଧ୍ୟରେ ଥିବା ଏକ ପୋଲ ଠାରେ ଅଚ୍ୟୁତଙ୍କ ବାଇକ ଭାରସାମ୍ୟ ହରାଇଥିଲା। ଫଳରେ ବାଇକ ସହ ଅଚ୍ୟୁତ ପୋଲ ତଳକୁ ଖସିପଡିଥିଲେ।

ଘଟଣା ସ୍ଥଳରେ ଅଚ୍ୟୁତ ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସକାଳୁ ଲୋକେ ଦେଖି ଅଚ୍ୟୁତଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ଏ ସମ୍ପର୍କରେ ଅଚ୍ୟୁତଙ୍କ ବାପା ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରା ଯାଇଥିବାବେଳେ ଏ ସମ୍ପର୍କରେ ଖପ୍ରାଖୋଲ ପୁଲିସ କେସ ନଂ ୧୨୪/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ନେଇ ଖପ୍ରାଖୋଲ ଥାନାଧିକାରୀ ଉମାକାନ୍ତ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର