ଢ଼େଙ୍କାନାଳ : ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ନାଣ୍ଡିପୁଲିଆ ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଗୁଡିଆକାଟେଣୀ ଛକ ଠାରୁ ହିନ୍ଦୋଳ ଯିବା ରାସ୍ତା ନାଣ୍ଡିପୁଲିଆ ଠାରେ ଏକ ଅଜଣା ଗାଡ଼ି ଏକ ( ଓଆର୦୬ଜି୦୨୬୧) ବଜାଜ ପ୍ଲାଟିନା ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ଜଣକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି ।
ମୃତ ବାଇକ୍ ଆରୋହୀ ଜଣକ ହେଉଛନ୍ତି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ଗଙ୍ଗାଧର ସାହୁଙ୍କ ପୁତ୍ର ଜ୍ଞାନରଞ୍ଜନ ସାହୁ (୨୮) । ଘଟଣାସ୍ଥଳରେ ଏବେ ମୋଟଙ୍ଗା ପୋଲିସ୍ ପହଞ୍ଚି ମୃତ ବାଇକ୍ ଆରୋହୀଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/WhatsApp-Image-2020-12-21-at-18.18.36.jpeg)