ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଢ଼େଙ୍କାନାଳ :  ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ନାଣ୍ଡିପୁଲିଆ ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଗୁଡିଆକାଟେଣୀ ଛକ ଠାରୁ ହିନ୍ଦୋଳ ଯିବା ରାସ୍ତା ନାଣ୍ଡିପୁଲିଆ ଠାରେ ଏକ ଅଜଣା ଗାଡ଼ି ଏକ  ( ଓଆର୦୬ଜି୦୨୬୧) ବଜାଜ ପ୍ଲାଟିନା ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ଜଣକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି ।
ମୃତ ବାଇକ୍ ଆରୋହୀ ଜଣକ ହେଉଛନ୍ତି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ଗଙ୍ଗାଧର ସାହୁଙ୍କ ପୁତ୍ର ଜ୍ଞାନରଞ୍ଜନ ସାହୁ (୨୮)  ।  ଘଟଣାସ୍ଥଳରେ ଏବେ ମୋଟଙ୍ଗା ପୋଲିସ୍ ପହଞ୍ଚି ମୃତ ବାଇକ୍ ଆରୋହୀଙ୍କ ମୃତଦେହକୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର