ବିନିକା: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ରାସ୍ତାରେ ବିନିକା ଥାନା ଅଧୀନସ୍ଥ କମିରା ଛକ ନିକଟରେ ଜଣେ ବାଇକ୍ ଚାଳକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛ କୋରଡରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଗଛ କୋରଡରେ ବାଇକ୍କୁ ଛାଡ଼ିଦେବା ପୂର୍ବରୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ହେଉଛନ୍ତି ରାମପୁର ଥାନା କଟାପାଲି ଗ୍ରାମର ପ୍ରଶାନ୍ତ ଦୀପ (୨୪)।
ସୂଚନା ଅନୁସାରେ ପ୍ରଶାନ୍ତ ବାଇକ୍ (ଓଡି ୩୧ ଏଫ୍ ୭୭୭୧)ରେ ସିଙ୍ଘିଯୁଵାରୁ ରାମପୁର ପଟକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇବା ଛିଟିକି ପଡ଼ିଥିଲେ। ଏହି ସମୟରେ ସୋନପୁର ଆରଟିଓ ରବୀନ ପଟ୍ଟନାୟକ ରାମପୁର ପଟରୁ ଫେରୁଥିଲେ। ସେ ଦୁର୍ଘଟଣାସ୍ଥଳରେ ଅଟକି ୧୦୮ ଆମ୍ବୁଲାନ୍ସରେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରଶାନ୍ତଙ୍କୁ ପଠାଇଥିଲେ। ତାଙ୍କୁ ଏଠାରେ ଆସୁ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/WhatsApp-Image-2022-06-07-at-8.47.33-PM.jpeg)