ବାଲେଶ୍ୱର: ଆଜି ଅପରାହ୍ଣରେ ବାଲୋବର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥ୫ର ଦାଣ୍ଡକାଳି ମନ୍ଦିର ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଦା ଗ୍ରାମର ଗୁରୁପ୍ରସାଦ ନାୟକଙ୍କ ପୁଅ ନରେନ୍ଦ୍ର ନାୟକ(୨୭ ବର୍ଷ)। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।