ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ର ଆମଲିପାଣି ନିକଟରେ ବୁଧବାର ଅପରାହ୍ଣ ପ୍ରାୟ ୪ଟାରେ ଏକ କଣ୍ଟେନର୍(ଜିଜେ-୩୨ଟି-୧୦୦୦) ଓ ବାଇକ (ଓଡ଼ି-୧୫ଡି-୦୪୨୬) ମଧ୍ୟରେ ଧକ୍କା ହେବାରୁ ବାଇକ ଆରୋହୀ ଧମାକଁଟା ଗାଁର ଆନନ୍ଦ ଜୁହାଙ୍ଗ ଖେସ(୨୨) ଓରଫ ପେଟୁଙ୍କ ଘଟଣାସ୍ଥଳରେ ମୃତ୍ୟ ଘଟିଛି। ଦୁର୍ଘଟଣା ପରେ କଣ୍ଟେନର୍ ଚାଳକ ଘଟଣାସ୍ଥଳରୁ ଫେରାର ମାରିଛି। ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଉଭୟ କଣ୍ଟେନର୍ ଓ ବାଇକକୁ ଜବତ କରିଛି। କଣ୍ଟେନର୍ଟି ସମ୍ବଲପୁର ଅଭିମୁଖେ ଆସୁଥିଲା। ଏ ସମ୍ପର୍କରେ ଯୁଯୁମୁରା ଥାନାରେ ଏକ ମାମଲା ରୁଜୁ ହୋଇଛି।
କଣ୍ଟେନର- ବାଇକ ଧକ୍କା, ବାଇକ ଆରୋହୀ ମୃତ
/sambad/media/post_attachments/wp-content/uploads/2021/01/201f8f9c-9bdc-4976-8ff2-e52dfb152bac.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)