ବିନିକା: ଭାରତୀୟ ଜାତୀୟ କଂଗ୍ରେସ କମିଟି ବିନିକା ବ୍ଳକ ପକ୍ଷରୁ ବିନିକା ସହରକୁ ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି Iସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ଧାନ ବିକ୍ରି ସମସ୍ୟାକୁ ନେଇ ଏହି ବନ୍ଦ କରାଯାଇଛି। ଚଳିତ ବର୍ଷ ଧାନ କିଣା ଆରମ୍ଭରୁ ଧାନ ବିକ୍ରିରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଚାଷୀମାନେ ତଥା କଂଗ୍ରେସ ଦଳ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯାଇଛି ।
ଏପରିକି ଗତ ଦୁଇ ଦିନ ହେଲା ବିନିକା ତହସିଲ କାର୍ଯ୍ୟାଳୟ ଆଗରେ ଧାନ ଗାଡି ରଖି ବିନିକା କଂଗ୍ରେସ ଦଳ ପକ୍ଷରୁ ତହସିଲ କାର୍ଯ୍ୟାଳୟର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନରେ ବସିଥିବାବେଳେ କୌଣସି ସମାଧାନ ନ ହେବାରୁ ଆଜି ବାଧ୍ୟ ହୋଇ କଂଗ୍ରେସ ଦଳ ପକ୍ଷରୁ ବିନିକା ସହରକୁ ୧୧ ଘଣ୍ଟା ପାଇଁ ବନ୍ଦ କରାଯାଇଛି |
ବିନିକା ସହରରେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରାଯାଇଥିବାବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି Iଏପରିକି ଗାଡି ମଟର ଚଳାଚଳକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି I
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/70820e4b-67d8-49e4-aaf9-60be6b240c6f.jpg)