ନାଗାର୍ଜୁନ ବେଶ ପାଇଁ ବିନକା ଶ୍ରୀଜଗନ୍ନାଥ ମନ୍ଦିରରୁ ଆସିଥିବା ରଥକୁ ଖୋର୍ଦ୍ଧାରେ ସ୍ୱାଗତ 

ଖୋର୍ଦ୍ଧା: ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ନିମନ୍ତେ ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ର (ବିନକା ଶ୍ରୀଜଗନ୍ନାଥ ମନ୍ଦିର)ରୁ ଫୁଲ ଓ ତୁଳସୀକୁ ନେଇ ଆସିଥିବା ସ୍ୱତନ୍ତ୍ର ରଥକୁ ଖୋର୍ଦ୍ଧାରେ ସ୍ୱାଗତ କରାଯିବା ସହ ଏକ ପ୍ରତିନିଧି ଦଳ ରଥ ସହ ଶ୍ରୀମନ୍ଦିର ଯାତ୍ରା କରିଛନ୍ତି ।

୨୬ତାରିଖ ସକାଳେ ଏହି ରଥ ପଦ୍ମଫୁଲ, ଗେଣ୍ଡୁଫୁଲ, ତୁଳସୀମାଳ ଆଦି ନେଇ ବିନକା ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ଥିଲା । ଗତକାଲି ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଦେଇ ରାତି ପ୍ରାୟ ୧୦ଟାରେ ଖୋର୍ଦ୍ଧାରେ ପହଞ୍ଚିଥିଲା ।

ଖୋର୍ଦ୍ଧା ଠାରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଏହାକୁ ସ୍ୱାଗତ କରିଥିଲେ । ଖୋର୍ଦ୍ଧାରୁ ସଂଗୃହୀତ ଫୁଲ, ତୁଳସୀ ଆଦି ମଧ୍ୟ ଏଥିରେ ଅର୍ପଣ କରାଯାଇଥିଲା । ଏହାପରେ ରଥ ସହ ଏକ ପ୍ରତିନିଧି ଦଳ ଶ୍ରୀକ୍ଷେତ୍ର ଯାତ୍ରା କରିଥିଲେ ।

ଏହି ପ୍ରତିନିଧି ଦଳରେ ଡ ଧୀରେନ୍ଦ୍ର ନନ୍ଦ, ଗୋପାଳକୃଷ୍ଣ ଦାସ, ଡ ନିରଂଜନ ମହାନ୍ତି, ବୃନ୍ଦାବନ ପଣ୍ଡା, ଇତୀଶ୍ରୀ ସାହୁ, ରମେଶ ମହାନ୍ତି, କୃଷ୍ଣଚନ୍ଦ୍ର ହରିଚନ୍ଦ, ସିଦେଧଶ୍ୱର ସିଂହ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର