ପାରାଲାସିସ ପୀଡିତ ରଞ୍ଜିତଙ୍କୁ ସହଯୋଗର ହାତ ବଢାଇଲେ ବିନୋଦ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-୯ ଗ୍ରାମରେ ରଞ୍ଜିତ ମଜୁମଦାର ନିଜର ପରିବାରକୁ ନେଇ ଖୁସିରେ ଚଲୁଥିଲେ। କିନ୍ତୁ ଗତକିଛି ବର୍ଷ ତଳେ ତାଙ୍କୁ ପାରାଲାସିସ ହେବା ଯୋଗୁଁ ସେ ଶଯ୍ୟାଶାୟୀ ହୋଇଗଲେ।ତାଙ୍କର ଗୋଡ ଏବଂ ହାତ କାମ କରୁନଥିବା ବେଳେ ସେ ତିନି ଚକିଆ ସାଇକେଲରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁଛନ୍ତି। ରଞ୍ଜିତ ଘରର ଜଣେ ମାତ୍ର ରୋଜଗାରିଆ ଥିଲେ। ସେ ଏବେ ରୋଗାଗ୍ରସ୍ତ ହେବା ପରେ ପରିବାର ଚଳିବା ଏକ ପ୍ରକାର କଷ୍ଟକର ହୋଇପଡିଛି। ନିଜର ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ଘରେ ଅସହାୟ ହୋଇ ପଡି ରହିଛନ୍ତି। ତେବେ ଏହି ଖବର ସମାଜସେବୀ ବିନୋଦ ପାଇବା ପରେ ଏମଭି-୯ ଗ୍ରାମକୁ ଯାଇ ରଞ୍ଜିତ ସହ ସାକ୍ଷାତ କରି ତାଙ୍କୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଲେ। ବିଶାଖାପାଟଣମ୍ ହସପିଟାଲରେ ଯାହା ଖର୍ଚ୍ଚ ହେବ ସେ ବହନ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ୫ ହଜା ଟଙ୍କା ଅର୍ଥ ରାଶି ସହାୟତା କରିଥିଲେ।

ତାଙ୍କର ଚିଳିବାରେ ମଧ୍ୟ ସେ କିଛି ସାହାଯ୍ୟ କରିବେ ବୋଲି କହିଥିଲେ। ରଞ୍ଜିତ ଯେଭଳି ଶୀଘ୍ର ଭଲ ହେବେ ସେଥିପାଇଁ ସେ ସହଯୋଗ କରିବେ ଏବଂ ପୁନଃ ସେ କାମ କରିପାରିବେ ବୋଲି କହିଥିଲେ। ବିନୋଦଙ୍କ ଏଭଳି ମହାନ ଅବଦାନ ପାଇଁ ପରିବାର ଲୋକେ ଏବଂ ଗ୍ରାମବାସୀ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ।ସୂଚନାଯୋଗ୍ୟ ଯେ ବିନୋଦ ଜିଲ୍ଲାରେ ଅସହାୟ, ଗରିବ, ନିଷ୍ପେସିତ ଲୋକଙ୍କୁ ସହଯୋଗର ହାତ ବଢାଇ ଆସୁଛନ୍ତି।ଯେତେବେଳେ ବି କୌଣସି ଗରିବ ଲୋକର କାହାଣୀ ଶୁଣନ୍ତି ସେ ତୁରନ୍ତ ସେହି ଗ୍ରାମକୁ ଯାଇ ତାଙ୍କୁ ସହଯୋଗ କରନ୍ତି। ଏପରିକି ଜିଲ୍ଲାରେ ଯେତେବେଳେ ବି ବିପତ୍ତି ପଡିଛି, ସେତେବେଳେ ସେ ଆଗରେ ଛିଡା ହୋଇ ସହାୟତାର ହାତ ବଢାଇଥାନ୍ତି। ଜିଲ୍ଲାରେ ବିନୋଦ ସନୁ ସୁଦ ନାମରେ ବେଶ ପରିଚିତ। ତାଙ୍କ ନିକଟକୁ ଆସି କେହି ମଧ୍ୟ ଖାଲି ହାତରେ ଫେରନ୍ତି ନାହିଁ। ତାଙ୍କର ଏହି ମହାନତା ଯୋଗୁଁ ତାଙ୍କୁ ଲୋକେ ଭଗବାନ ବୋଲି ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର