ଅର୍ଥ ଅଭାବରୁ କଲେଜରେ ନାମ ଲେଖାଇପାରୁନ ଥିଲେ ପ୍ରଫୁଲ; ଆର୍ଥିକ ସହଯୋଗ କଲେ ବିନୋଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ପିଲା ଅର୍ଥ ଅଭାବରୁ ଅଧାରୁ ପାଠ ଛାଡି ଦେଉଛନ୍ତି, ଯାହାର ହିସାବ ନା ପ୍ରଶାସନ ନିକଟରେ ରହିଛି ନା ସରକାରଙ୍କ ନିକଟରେ ରହିଛି। ଅଧାରୁ ପାଠ ଛାଡି ପିଲାମାନେ ବିଭିନ୍ନ ଦୋକାନରେ, ଗ୍ୟାରେଜରେ ଏବଂ କୁଲି କାମ କରୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣାକ୍ରମରେ କୋରକୋଣ୍ଡା ବ୍ଲକର କୋଣ୍ଡେଲ ଗ୍ରାମର ପ୍ରଫୁଲ ଖରା(୧୯)। ଗତବର୍ଷ ସେ ଯୁକ୍ତ ୨ ପାସ କରିଥିବା ବେଳେ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ତା ନିକଟରେ ଟଂକା ନାହିଁ। ପ୍ରଫୁଲର ବାପା ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ରହିଥିବା ବେଳେ ମାଆ ଛିଟିଆ ରାସନ ଦୋକାନ କରି ପିଲାଙ୍କୁ ପୋଷୁଥିଲେ। କିନ୍ତୁ ତାଂକର ଗତ ଦୁଇ ମାସ ତଳେ ଦେହାନ୍ତ ହେବା ପରେ ଏବେ ପରିବାର ଚଳାଇବା ନେଇ ବହୁ କଷ୍ଟ ହେଉଥିବା ଦେକିବାକୁ ମିଳିଛି। ଏହି ଅବସ୍ଥାରେ ପ୍ରଫୁଲ ଆଗକୁ ଆଉ ପାଠ ନପଢି କୌଣସି କାମରେ ନିୟୋଜିତ ହେବ ବୋଲି ସ୍ଥିର କରିଥିଲା। ତେବେ ପ୍ରଫୁଲ ଆଗକୁ ପଢିବାକୁ ଚାହୁଁଥିଲା।

କିନ୍ତୁ ଏନେଇ ସେ ଟଙ୍କା କାହାକୁ ମାଗିବ କିଛଇ ବୁଝିପାରୁନଥିଲା। ତେବେ ମାଲକାନଗିରିର ସମାଜସେବୀ ବିନୋଦଙ୍କ ବିଷୟରେ ଜାଣିବା ପରେ ତାଂକ ନିକଟରେ ସେ ଫେରାଦ ହୋଇ ତାକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲା। ବିନୋଦ ସବୁ ଶୁଣିବା ପରେ ପ୍ରଫୁଲକୁ କୁଡୁମୁଲୁଗୁମ୍ମା କଲେଜରେ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଯାହା ଟଙ୍କା ଦରକାର ପଡିବ ସେ କରିବେ ବୋଲି ପ୍ରତିଶ୍ରୁତି ଦେଲେ ଏବଂ ୫ ହଜାର ଟଙ୍କା ତାକୁ ପ୍ରଦାନ କଲେ। ଆଗକୁ ମଧ୍ୟ ସେ ଯେତେ ପଢିବାକୁ ଚାହିଁବ ତାକୁ ସବୁ ବିନୋଦ ସହଯୋଗ କରିବେ ବୋଲି କହିଛନ୍ତି। ତେବେ ବିନୋଦଙ୍କ ଏଭଳି ମାନବିକତା ପାଇଁ ଆଜି ସେ ବେଶ ଚର୍ଚ୍ଚାରେ।ତାଂକର ଏଭଳି ସହଯୋଗ ଜାରି ରହୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର