ଗୁରୁତର କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଇବେ ସମାଜସେବୀ ବିନୋଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଶିଷ୍ଟ ସମାଜସେବୀ ବିନୋଦ ଟାଵରୀ ସମାଜପ୍ରତି ରହିଥିବା ତାଂକର ମହାନ ଅବଦାନ ମଧ୍ୟରେ ଆଉ ଏକ ଫରଦ ଯୋଡି ହୋଇଛି। କରୋନାର ଦ୍ବିତୀୟ ଲହରିରେ ବହୁ କରୋନା ରୋଗୀ ଅକ୍ସିଜେନ ନପାଇ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି। ତେବେ ମାଲକାନଗିରି ଜିଲ୍ଲାରେ ଯେପରି କୌଣସି କରୋନା ରୋଗୀ ଅକ୍ସିଜେନ ଅଭାବରୁ ନମରନ୍ତି ସେଥିପାଇଁ ସେ ସହଯୋଗର ହାତ ବଢାଇଛନ୍ତି। ନିଜ ଉଦ୍ୟମରେ ସେ ନିଜ ପାଖେ ଅକ୍ସିଜେନ ମେସିନ କିଣି ରଖିଛନ୍ତି। ଯେତେବେଳେ ବି କୌଣସି କରୋନା ରୋଗୀକୁ ଅକ୍ସିଜେନ ନିତ୍ୟାନ୍ତ ଆବଶ୍ୟକ ପଡେ ସେ ତୁରନ୍ତ ବିନୋଦଙ୍କ ସହ ଯୋଗାଯୋଗ କଲେ ସେ ନିଶୁକ୍ଳ ଏହି ଅକ୍ସିଜେନ ମେସିନ ପ୍ରଦାନ କରିବେ ବୋଲି କହିଛନ୍ତି। ଜିଲ୍ଲାରେ କରୋନା ମହାମାରୀ ସେତେ ପ୍ରଭାବ ପକାଇନଥିଲେ ମଧ୍ୟ ଯେତେବେଳେ ବି ଜିଲ୍ଲାକୁ ବିପତ୍ତି ପଡିଛି ସେତେବେଳେ ବିନୋଦ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ମୋଟୁ ଠାରେ ପ୍ରବାସୀଙ୍କୁ ଖାଦ୍ୟ, ପାନୀୟ ଯୋଗାଇବା ହେଉ ବା ନିଜ ଘରୁକୁ ପ୍ରବାସୀଙ୍କୁ ଗାଡି କରି ପଠାଇବା ହେଉ ସବୁ କ୍ଷେତ୍ରରେ ବିନୋଦ ଲୋକଙ୍କୁ ସହଯୋଗ କରିଆସୁଛନ୍ତି।

Sambad

କେବଳ ଏତିକି ନୁହେଁ, ବରଂଜିଲ୍ଲା ସଦର ମହକୁମାରେ ଆଜି ପର୍ଯ୍ୟନ୍ତ ସିସି ଟିଭି ଲାଗିନଥିବା ବେଳେ ନିଜ ଉଦ୍ୟମରେ ଲକ୍ଷାଧିକ ଟଂକା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇଛନ୍ତି। ଯାହା ଦ୍ବାରା ଚୋରି, ଡକାୟତି ସହ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟର ସମସ୍ତ ରେକର୍ଡ ମିଳିପାରିବ। ସମାଜପ୍ରତି ତାଂକର ଏହି ଅବଦାନକୁ ଲୋକେ ଭୃୟସୀ ପ୍ରଶଂସା କରିଛନ୍ତି। ତାଂକର ଏଭଳି ସହଯୋଗ ଜାରି ରହୁ ଆମର ଏତିକି କାମନା।

ସମ୍ବନ୍ଧିତ ଖବର