ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ପ୍ରଥମ ଥର ପାଇଁ ବାୟୋକେମେଷ୍ଟ୍ରିଂ ଟେଷ୍ଟିଂ ଲ୍ୟାବର ଶୁଭାରମ୍ଭ ହୋଇଛି। ଡାକ୍ତରଖାନା ଅଧିକ୍ଷକ ଡ. ସୀତାଂଶୁ ଶେଖର ଶତପଥୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।
ଏହି ଲ୍ୟାବରେ ରକ୍ତ ସର୍କରା, ୟୁରିଆ, କ୍ରିଏଟିନାଇନ୍, ଲିପିଡ଼ ପ୍ରୋଫାଇଲ୍, ଯକୃତ ପରୀକ୍ଷା ଭଳି ବିଭିନ୍ନ ପ୍ରକାରର ରସାୟନ ସମ୍ବନ୍ଧୀୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି। ଦୀର୍ଘଦିନ ଧରି ଏଭଳି ପରୀକ୍ଷାର ଆବଶ୍ୟକତା ରହିଥିବା ବେଳେ ଏହାକୁ ଆରମ୍ଭ କରାଯାଇ ପାରୁ ନଥିଲା। ଏହି ପରୀକ୍ଷାଗୁଡ଼ିକ ପାଇଁ ଆବଶ୍ୟକ ସେମି ଅଟୋ ଆନାଲାଇଜର ମେସିନ୍ ଦୀର୍ଘଦିନ ଧରି ଡାକ୍ତରଖାନାରେ ଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରି ନଥିଲା । ଏହା ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ବହୁ ରୋଗୀ ଏହାଦ୍ବାରା ଉପକୃତ ହୋଇପାରିବେ ବୋଲି ଶତପଥି ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀଙ୍କ ସମେତ ଏଲ୍ଟି ସୁରେନ୍ଦ୍ର ମହାପାତ୍ର, ଗଣେଶ ଗୌଡ଼, ପଞ୍ଚୁ ପାତ୍ର, ଭଗବତ ପାତ୍ର, ଶୁଭଶ୍ରୀ ପାତ୍ରଙ୍କ ସମେତ ମେଡିକାଲ କର୍ମଚାରୀ ଉପସ୍ଥିତି ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/BNJ-BJ-lab-innaguration.jpg)