ଭଞ୍ଜନଗର: ପବିତ୍ର ଦୀପାବଳି ଅବସରରେ ବାଣ ନ ଫୁଟାଇ ଉପାନ୍ତ ଇଲାକାରେ ରହୁଥିବା ଗରୀବ ପିଲାଙ୍କ ମୁଁହରେ ହସ ଫୁଟାଇବା ପାଇଁ ନିଆରା ପ୍ରୟାଶ କରିଥିଲେ। ଗ୍ରୁପ ପକ୍ଷରୁ ଉକ୍ତ ଅଞ୍ଚଳର ଛୋଟଛୋଟ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଉଥିବା ବ୍ଲକର ଡିହକୁମ୍ପା ପଲ୍ଲୀ ଓ ଆଖୁପଦର ଠାରେ ଗରିବ ଅସହାୟ ପିଲାମାନଙ୍କ ଗହଣରେ ଚଳିତବର୍ଷ ସଦସ୍ୟ ମାନେ ଉପସ୍ଥିତ ରହି ଦୀପାବଳୀ ପାଳନ କରିଥିଲେ। ସେମାନଙ୍କୁ ନୂତନ ପୋଷାକ, ମିଠା, ଖାଦ୍ୟ, ପାଠ୍ୟ ଉପକରଣ ସହ ବାଣ ବଣ୍ଟନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ସେମାନଙ୍କ ମଧ୍ୟରେ ନୃତ୍ୟଗୀତ ପ୍ରତିଯୋଗୀତା କରି ପୁରସ୍କୃତ କରାଯାଇଥିଲା। ଏଭଳି ଏକ ପର୍ବପର୍ବାଣୀରେ ପିଲାମାନେ ଯେଭଳି ଦୀପାବଳୀକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ଯେଭଳି ନିରାଶା ନହେବେ ସେଥି ନିମନ୍ତେ ସେମାନଙ୍କ ଗହଣରେ ଦନିଟିକୁ ବିତାଇ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ନିଜର ନିଆରା ପରିଚୟ ପ୍ରଦାନ କରିଛନ୍ତି। ଏଥି ନିମନ୍ତେ ଅନୁଷ୍ଠାନ ପ୍ରତି ପ୍ରଶଂସାର ସୂଅ ଛୁଟିଛି।
ଦୀପାବଳିରେ ଅଧିକ ଖର୍ଚ୍ଚାନ୍ତ କରି ବାଣ ଫୁଟାଇ ଅର୍ଥ ଶ୍ରାଦ୍ଧ କରିବା ଅପେକ୍ଷା କୁନି କୁନି ପିଲାଙ୍କ ଗହଣରେ ଏଭଳି ଦୀପାବଳୀ ପାଳନ କରିବା ଦ୍ବାରା ନୌସର୍ଗିକ ଆନନ୍ଦ ମିଳିଥାଏ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏଥିରେ ଡିହକୁମ୍ପାପଲ୍ଲୀ ଠାରେ ୨୯ ଏବଂ ଆଖୁପଦର ଠାରେ ୪୮ ଗରିବ ଅସହାୟ ପିଲାମାନଙ୍କୁ ନୂତନ ବସ୍ତ୍ର ସହ ଅନ୍ୟାନ ଉପକରଣ ବଣ୍ଟନ କରିଥିଲେ। ଉକ୍ତ ଅନୁଷ୍ଠାନ ଦ୍ୱାରା ସମସ୍ତ ପାର୍ବପର୍ବାଣୀ ସମୟରେ ଏପରି ବହୁତ ସମାଜ କଲ୍ୟାଣ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସଂଗଠନର ଏପରି ଜନହିତକର କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସୀ ବହୁତ ପ୍ରଶଂସା କରିଛନ୍ତି।