ଭଞ୍ଜନଗର: ଭଞ୍ଜନଗର ବ୍ଳକ ଡୁମାକୁମ୍ପା ପଞ୍ଚାୟତର ଡ଼ହ ନିକଟରେ ଥିବା ନେଳିଝୋଳ ଗ୍ରାମର ସଞ୍ଚୟ ନାୟକଙ୍କ ଘର କୌଣସି କାରଣରୁ ଘର ନିଆଁରେ ପୋଡି ନଷ୍ଟ ହୋଇଯାଇଥିଲା। ବିଳମ୍ବିତ ରାତିରେ ନିଆଁ ଲାଗିଥିବାରୁ ସମସ୍ତ ଆସବାପତ୍ର ନିଆଁରେ ଜଳି ପୋଡି ଯାଇଥିଲା। ପରିବାରଟି ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବା ବେଳେ ବର୍ତ୍ତମାନ ପାଞ୍ଚ ପ୍ରାଣୀ କୁଟୁମ୍ବ ବଞ୍ଚିବା କଷ୍ଟକର ହୋଇ ପଡିଛି। ଏହି ସମୟରେ ‘ବିପଦର ବନ୍ଧୁ’ ଅନୁଷ୍ଠାନ ସେମାନଙ୍କୁ ସହାୟତାର ହାତ ବଢାଇଛି।

Advertisment

ଆଜି ସଦସ୍ୟ ମାନେ ନେଳି ଝୋଳା ଗ୍ରାମରେ ପହଞ୍ଚି ଅଗ୍ନିକାଣ୍ଡ ସଂର୍ପକରେ ସଞ୍ଚୟଙ୍କ ସହ ଆଲୋଚନା କରିବା ସହ ରାସନ ସାମଗ୍ରୀ, ସୁଖିଲା ଖାଦ୍ୟ, ପୋଷାକ ସହ ପିଲା ମାନଙ୍କ ପାଇଁ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ। ଏଥିସହ ସେମାନଙ୍କୁ ସରକାରୀ ସହାୟତା କିଭଳି ମିଳିବ ସେନେଇ ପ୍ରଶାସନର ଦୃଷ୍ଟି ଆର୍କଷଣ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।