ରାଉରକେଲା : ଗତ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲର ଆଜି ଥିଲା ଶେଷଦିନ । ବୀରମିତ୍ରପୁର ପୌରପାଳିକାର ୧୧କାଉନସିଲର ଓ ପୌରାଧ୍ୟକ୍ଷ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ସମେତ ଅନ୍ୟ ଦଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୧ କାଉନସିଲର ପାଇଁ ୩୬ ପ୍ରାର୍ଥି ନାମାଙ୍କନ ଦାଖଲ କରିଛନ୍ତି । ପୌରାଧ୍ୟକ୍ଷ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି କ୍ଷ ପୌରାଧ୍ୟକ୍ଷ ପାଇଁ ବିଜେଡିରୁ ସନ୍ଦୀପ ମିଶ୍ର, ବିଜେପିରୁ ସୁନୀଲ ତିୱାରୀ,କଂଗ୍ରେସରୁ ଶଶୀ ସାଗର ନାମାଙ୍କନ ଦାଖଲ କରିଛନ୍ତି । ଚୂଡାନ୍ତ ତାଲିକା ପ୍ରକାଶ ହୋଇ ସରିଲା ପରେ ଆରମ୍ଭ ହୋଇଯିବ ଜୋରଦାର ପ୍ରଚାର ।

Advertisment

publive-image

ପ୍ରଚାରର ମଙ୍ଗ ଧରିବେ ବିଜେଡିର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ଜିଲ୍ଲା ପର୍ୟ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡେଇ । ଯାହାଙ୍କ ରଣକୌଶଳ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଛି। ସେହିପରି ଦୁଇ ତୁଙ୍ଗ ବିଧାୟକ ଶଙ୍କର ଓରାମ, ପୂର୍ବତନ ବିଧାୟକ ଜର୍ଜ ତିର୍କୀ  ନିର୍ବାଚନର ନେତୃତ୍ବ ନେବେ। କାରଣ ବୀରମିତ୍ରପୁରର ବିଧାୟଜ ହେଉଛନ୍ତି ଶଙ୍କର ଓରାମ । ଏହା ଟଙ୍କା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ସେମିତି ବୀରମିତ୍ରପୁର ହେଉଛି ଜର୍ଜ ତିର୍କୀଙ୍କ ଗଡ଼ । ତେବେ ଦୁଇ ନେତା ବୀରମିତ୍ରପୁର ପୌର ନିର୍ବାଚନର ୧୧ ୱାର୍ଡରୁ କେତୋଟି ୱାର୍ଡ ଦଖଲ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ବୀରମିତ୍ରପୁର ପୌରପାଳିକାର ମୋଟ ଜନସଂଖ୍ୟା ଥିଲା ୩୩, ୪୪୨। ଏମାନଙ୍କ ମଧ୍ୟରେ ୧୬,୮୫୪ ହେଉଛନ୍ତି ପୁରୁଷ। ମହିଳା ସଂଖ୍ୟା ୧୬, ୫୮୮। ତେବେ ଏହି ନିର୍ବାଚନରେ ମତଦାତା ହେଉଛନ୍ତି ୨୪ ହଜାର ୪୦ ଭୋଟର ।