ନୂଆପଡ଼ା: ବନ ବିଭାଗ ଓ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ରବିବାର ଦିନ ନୂଆପଡ଼ା ଜିଲ୍ଲାରେ ସକାଳ ଠାରୁ ଦିନ ୧୧ ପର୍ଯ୍ୟନ୍ତ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି। ଏହି ପକ୍ଷୀ ଗଣନା କାର୍ଯ୍ୟରେ ବନ ବିଭାଗର ୩୬ଟି ଟିମ୍ ଓ ସୁନାବେଡ଼ା ବନ୍ୟଜନ୍ତୁ ବିଭାଗର ୩ଟି ଟିମ୍ନି ୟୋଜିତ ହୋଇଛନ୍ତି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
ଆଜି ସକାଳ ୬ ଟାରୁ ନୂଆପଡ଼ା ବନ୍ୟପ୍ରାଣୀ ବିଭାଗର ଡିଏଫଓ ରମେଶ ପ୍ରଧାନଙ୍କ ନେତୃତ୍ବରେ ନୂଆପଡ଼ା ବ୍ଳକର କେଲମେଲ ପଞ୍ଚାୟତ ମରାଗୁଡ଼ା ରଈତାଲ ସାଗର, ଜଳକି, ପତୋରା, କୋମନା ବ୍ଳକର ଜଡ଼ାମୁଡ଼ା ଡ୍ୟାମ୍, ପେଣ୍ଡରାବନ, ତିଖାଲି ସହ ଜିଲ୍ଲାର ବିଭିନ୍ନ ସ୍ଥଳରେ ପକ୍ଷୀ ଗଣନା ହୋଇଛି। ଏହି ଗଣନାରେ ଫରେଷ୍ଟର, ରେଞ୍ଜର ଓ ଫରେଷ୍ଟଗାର୍ଡ ମାନଙ୍କୁ ନିୟୋଜିତ କରାଯାଇଛି। ରିପୋର୍ଟ ଆସିଲା ପରେ ଜିଲ୍ଲାରେ କେତ ପ୍ରଜାତିର ଓ କେତେ ସଂଖ୍ୟାରେ ପକ୍ଷୀ ସହ କେତେ ନୂଆ ଅତିଥି ଆସିଛନ୍ତି ଜଣାପଡିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/0aa79740-2978-4da7-96a9-383577c8baeb.jpg)