ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଆଜି ପକ୍ଷୀ ଗଣନା କରାଯାଇଛି। ଏହି ଦୁଇ ବନଖଣ୍ଡର ୧୦ଟି ବନାଞ୍ଚଳର ରହିଥିବା ବିଭିନ୍ନ ଜଳାଶୟ ସ୍ଥାନରେ ବନକର୍ମଚାରୀମାନେ ପକ୍ଷୀ ଗଣନା କରିଛନ୍ତି । ଆଜି ଭୋର୍ ସମୟରୁ ପକ୍ଷୀ ଗଣନା ଆରମ୍ଭ ହୋଇ ଦିନ ୧୧ ଟାରେ ଶେଷ ହୋଇଥିଲା। କେତେ ମାତ୍ରାରେ ପକ୍ଷୀ ଆସିଛନ୍ତି, ନୂତନ ପକ୍ଷୀ କଣ ରହିଛନ୍ତି ବାଇନାକୁଲର ବୋଟ୍ ଏବଂ କ୍ୟାମେରା ମାଧ୍ୟମରେ ଏଭଳି ବହୁ ତଥ୍ୟ ସଂଗ୍ରହ କରିଛନ୍ତି।
/sambad/media/post_attachments/wp-content/uploads/2021/01/BNJ-BJ-bird-5-1024x768.jpg)
ଦକ୍ଷିଣ ଘୁମୁସର ବନଖଣ୍ଡ ୫ଟି ରେଞ୍ଜର ୨୧ ଗୋଟି ସେକ୍ସନ୍ରେ ୩୨ ଟିମ୍ ବିଭିନ୍ନ ଜଳାଶୟ ନିକଟରେ ପକ୍ଷୀ ଗଣନାକ କରିଥିବା ବେଳେ ଡିଏଫ୍ଓ ସତ୍ୟନାରାୟଣ ବେହୁରା ବୁଗୁଡା ଠାରେ ନିଜେ ଏହାର ତଦାରଖ କରିଥିବା ବେଳେ କିଛି ନୂତନ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ପ୍ରକାଶ କରିଛନ୍ତି। ରିପୋର୍ଟ ଆସିଲେ ପ୍ରକୃତ ସଂଖ୍ୟା ଜଣାପଡିବା ସହ ସେମାନଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବା ପାଇଁ ବନ ବିଭାଗ ସର୍ବଦା ତତ୍ପର ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2021/01/BNJ-BJ-bird-3-1024x768.jpg)
ସେହିପରି ଉତ୍ତର ଘୁମୁସର ବନଖଣ୍ଡର ୫ ଟି ରେଞ୍ଜରେ ୨୩ ଗୋଟି ଟିମ୍ର ପ୍ରାୟ ୯୦ ଜଣ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ଡିଏଫ୍ଓ ଅଭୟ କୁମାର ଦଳାଇ ରସୁଲକୋଣ୍ଡା ଡ୍ୟାମ୍ରେ ଏବଂ ଏସିଏଫ୍ ସୁର୍ଦଶନ ବାଦୀ ଡହ ଡ୍ୟାମ୍ ଠାରେ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ପକ୍ଷୀ ଗଣନା ନେଇ ବନ କର୍ମଚାରୀଙ୍କୁ ପୂର୍ବରୁ ତାଲିମ ପ୍ରଦାନ କରାଯାଇଥିଲା। ଏଥିସହ ଆସନ୍ତା ୧୦ ତାରିଖ ମଧ୍ୟରେ ସମସ୍ତ ବନାଞ୍ଚଳରୁ ରିପୋର୍ଟ ଆସି ପହଞ୍ଚିବ ଶ୍ରୀ ବାଦୀ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2021/01/BNJ-BJ-dfo-768x1024.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/BNJ-BJ-bird-2.jpg)