ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଆଜି ପକ୍ଷୀ ଗଣନା କରାଯାଇଛି। ଏହି ଦୁଇ ବନଖଣ୍ଡର ୧୦ଟି ବନାଞ୍ଚଳର ରହିଥିବା ବିଭିନ୍ନ ଜଳାଶୟ ସ୍ଥାନରେ ବନ କର୍ମଚାରୀମାନେ। ପକ୍ଷୀ ଗଣନା କରିଛନ୍ତି । ଆଜି ଭୋର୍ ସମୟରୁ ପକ୍ଷୀ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ସମୟରେ ଶେଷ ହୋଇଥିଲା। କେତେ ମାତ୍ରାରେ ବିଦେଶୀ ପକ୍ଷୀ ଆସିଛନ୍ତି, ନୂତନ ପ୍ରଜାତିର ପକ୍ଷୀ କଣ ରହିଛନ୍ତି ବାଇନାକୁଲର ବୋଟ୍ ଏବଂ କ୍ୟାମେରା ସାହାର୍ଯ୍ୟରେ ବନକର୍ମଚାରୀ ମାନେ ଏଭଳି ବହୁ ତଥ୍ୟ ସଂଗ୍ରହ କରିଛନ୍ତି। ଦକ୍ଷିଣ ଘୁମୁସର ବନଖଣ୍ଡ ୫ଟି ରେଞ୍ଜର ୨୧ ଗୋଟି ସେକ୍ସନ୍ରେ ୩୮ ଟିମ୍ ବିଭିନ୍ନ ଜଳାଶୟ ନିକଟରେ ପକ୍ଷୀ ଗଣନା କରିଥିବା
/sambad/media/post_attachments/wp-content/uploads/2022/01/BNJ-BJ-bird-2-e1641392825303-1024x588.jpg)
ଡିଏଫ୍ଓ ଦିଲ୍ଲିପ୍ କୁମାର ରାଉତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ କିଛି ନୂତନ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଜଣାପଡିଛି। ରିପୋର୍ଟ ଆସିଲେ ପ୍ରକୃତ ସଂଖ୍ୟା ଜଣାପଡିବା ସହ ସେମାନଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବା ପାଇଁ ବନ ବିଭାଗ ସର୍ବଦା ତତ୍ପର ବୋଲି ସେ କହିଛନ୍ତି। ସେହିପରି ଉତ୍ତର ଘୁମୁସର ବନଖଣ୍ଡର ୫ ଟି ରେଞ୍ଜରେ ୨୪ ଗୋଟି ଟିମ୍ର ପ୍ରାୟ ୯୦ ଜଣ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ପକ୍ଷୀ ଗଣନା ନେଇ ବନ କର୍ମଚାରୀଙ୍କୁ ପୂର୍ବରୁ ତାଲିମ ପ୍ରଦାନ କରାଯାଇଥିଲା। ଏଥିସହ ଆସନ୍ତା ୧୦ ତାରିଖ ମଧ୍ୟରେ ସମସ୍ତ ବନାଞ୍ଚଳରୁ ରିପୋର୍ଟ ଆସି ପହଞ୍ଚିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/BNJ-BJ-bird-census.jpg)